୧୮ ମୋବାଇଲ୍, ଲାପ୍ଟପ୍ ଓ ଟାବ୍ଲେଟ୍ ଜବତ
ଆଇପିଏଲ୍ ବେଟିଂ: ୯ ଗିରଫ
ରାଉରକେଲା (ଆପ୍ର): ଆଇପିଏଲ୍ ବେଟିଂ ବେଳେ ପୁଲିସ ଚଢ଼ଉ କରି ୯ ଜଣଙ୍କୁ ଗିରଫ କରିଛି । କୁଆଁରମୁଣ୍ଡା ଫାଣ୍ଡି ଯମୁନାନାକି ଅଞ୍ଚଳରେ ପୁଲିସ ଚଢ଼ାଉ କରିଥିଲା । ଅଭିଯୁକ୍ତମାନଙ୍କଠାରୁ ପୁଲିସ ୧୮ଟି ମୋବାଇଲ ସହ ଗୋଟିଏ ଲାପଟପ ଓ ଗୋଟିଏ ଟାବଲେଟ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଯମୁନାନାକୀ ଅଞ୍ଚଳରେ ଲୁଚାଛପାରେ ଆଇପିଏଲ୍ ବେଟିଂ ଚାଲିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଏକ ଟିମ୍ ଗଠନ କରି ଅଚାନକ ଚଢ଼ଉ କରି୯ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ମଲେତ ସିଂ, ଭିସାଲ ରାୟ, ହିଂମାଶୁ ଦେବଗନ, ବିକାଶ ଠାକୁର, ମିନୁ ସିଂ, ଦିନେଶ କୁମାର ସାହୁ, ବିକ୍ରମଜିତ୍ ସିଂ ଓ ଯୋଗେନ୍ଦ୍ର ସିଂ । ସମସ୍ତଙ୍କ ବୟସ ୧୯ରୁ ୨୫ ବର୍ଷ ଭିତରେ । ସେମାନଙ୍କ ଠାରୁ ୧୮ ଟି ମୋବାଇଲ, ଗୋଟିଏ ଲ୍ୟାପଟପ୍ ଓ ଟାବଲେଟ ଜବତ କରାଯାଇଛି । ଗିରଫ ହୋଇଥିବା ସମସ୍ତ ଯୁବକ ଛତିଶଗଡ଼ ଦୁର୍ଗ ଜିଲ୍ଲାର ବୋଲି ଜଣାପଡ଼ିଛି ।
ବୀରମିତ୍ରପୁର ପୁଲିସ ଏବଂ କୁଆଁରମୁଣ୍ଡା ଫାଣ୍ଡି ପୁଲିସ ନିକଟରେ କିଛି ଦିନ ହେଲା ଆଇପିଏଲ୍ ବେଟିଂ ଚାଲିଥିବା ଖବର ପହଞ୍ଚିଥିଲା । ଖବରକୁ ଆଧାର କରି ଅଞ୍ଚଳରେ ପୁଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା । ଏ ସଂକ୍ରାନ୍ତରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ବେଟିଂରେ ରାଜ୍ୟ ବାହାର ଲିଙ୍କ୍ ମିଳିଥିବାରୁ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ତାହାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦିଆଯାଇଛି ।