ବିଜୁବାବୁ ଥିଲେ ଓଡ଼ିଶାର ଗୌରବ

ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ
ବ୍ରହ୍ମଗିରି (ଆପ୍ର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ରବିବାର ବ୍ରହ୍ମଗିରି ବସ୍ଷ୍ଟାଣ୍ଡଠାରେ ବ୍ଲକ୍ ସଭାପତି ବିଦ୍ୟାଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବିଜୁ ବାବୁ ଓଡ଼ିଶାର ଗୌରବ ଥିଲେ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ।
ଶ୍ରୀ ଦାସବର୍ମା କହିଛନ୍ତି, ବିଜୁ ପଟ୍ଟନାୟକ ସର୍ବଦା ଓଡ଼ିଆ ଜାତି ପାଇଁ କାମ କରୁଥିଲେ । ଭାରତ ବର୍ଷର ସ୍ୱାଧୀନତା ଆନେ୍ଦାଳନର ଅନନ୍ୟ ଜନନାୟକ ଥିଲେ । ଏଭଳି ଏକ ଜନନାୟକଙ୍କୁ ଓଡ଼ିଆ ମାଟି ଜନ୍ମ ଦେଇଥିଲା । ରାଜନୈତିକ ବ୍ୟକ୍ତିମାନେ ସେମାନଙ୍କ ଦଳ ଓ ନିଜ ପାଇଁ କାର୍ଯ୍ୟ କରୁଥିଲେ କିନ୍ତୁ ପ୍ରବାଦ ପୁରୁଷ ବିଜୁ ବାବୁ ସବୁବେଳେ ଓଡ଼ିଆ ଜାତି ପାଇଁ ସ୍ୱପ୍ନ ଦେଖୁଥିଲେ ।
ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଦାସରଥି ପ୍ଲାଲେସ୍ ଠାରେ ଅନୁଷ୍ଠିତ ହୋଇଛି । ଶିବିରକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଉଦ୍ଘାଟନ କରିଥିଲେ । ଜନସେବା ପାଇଁ ଉତ୍ସର୍ଗୀକୃତ ଉଦେ୍ଦଶ୍ୟରେ ୫୨ ଜଣ ସ୍ୱେଚ୍ଛାସେବୀ ରକ୍ତ ଦାନ କରିଥିଲେ । ରାଜ୍ୟରେ କେହି ଜଣେ ହେଲେ ବ୍ୟକ୍ତି ରକ୍ତ ଅଭାବରୁ ସ୍ୱାସ୍ଥ୍ୟ ଗତ ସମାସ୍ୟାର ସମ୍ମୁଖୀନ ନ ହୁଅନ୍ତୁ ଏହି ପ୍ରତିଶ୍ରୁତିକୁ ନିଶ୍ଚିନ୍ତ କରିବା ଆମର କର୍ତ୍ତବ୍ୟ ଓ ଏହା ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ଦାସବର୍ମା ରକ୍ତଦାନ ଶିବିରରେ ଯୋଗ ଦେଇଥିବା ସମସ୍ତ ସଦସ୍ୟଙ୍କୁ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ବ୍ଲକ୍ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ଜିଲ୍ଲା ପରିଷଦ ସଭ୍ୟ ଜମ୍ଭେଶ୍ୱର ସାହୁ, ସମିତି ସଭ୍ୟା ଅନିତା ଦଳାଇ, କରିସ୍ମା ସେଠୀ, ସୁମିତ୍ରା ବରାଳ, ବବିତା ସ୍ୱାଇଁ, ବିଜେଡି ନେତା ଯୁଧିଷ୍ଠିର ନାୟକ, ଭଗବାନ ନାୟକ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଧର ଜେନା, ଭାଗିରଥି ବଡ଼ଜେନା, ସୁରପ୍ରସାଦ ମହାନ୍ତି, ବିଜୟ କୁମାର ଦଳାଇ ଓ ସଞ୍ଜୟ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *