ଯୁବକଙ୍କୁ ଗୋଡ଼ାଇ ହାଣିଲେ

ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର, ପୁଲିସର ଛାନ୍ଭିନ୍
ପୁରୀ (ବୁ୍ୟରୋ): ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ରକୁ ନିଶା ଓ ଅପରାଧମୁକ୍ତ କରିବା ଲାଗି ପୁଲିସ ପକ୍ଷରୁ ଲଗାତାର ଉଦ୍ୟମ ଜାରି ରହିଛି । ଏପରିକି ଖୋଦ୍ ଏସ୍ପି କନୱାର ବିଶାଲ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅପରାଧୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜେଲ୍କୁ ପଠାଇବା ଲାଗି ପ୍ରକ୍ରିୟା ଜାରି ରହିଛି । ହେଲେ ଏହା ସତ୍ତ୍ୱେ ପୁଣି ଦୁର୍ବୃତ୍ତମାନେ ପୁଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରବିବାର ଭୋର ସମୟରେ । ଭୋର ସମୟରେ ଜଣେ ଯୁବକଙ୍କ ଘରେ ପଶି ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଏପରିକି ରାସ୍ତା ଉପରେ ରକ୍ତସ୍ରାବ ହୋଇ ପଡ଼ି ରହିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସ୍ସିବି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ସେ ହେଲା ଟାଉନ ଥାନା ଅନ୍ତର୍ଗତ ଦଇତାପଡ଼ା ସାହୀର ଟୁକୁନା ଶତପଥି । ଖବରପାଇ ଥାନାଧିକାରୀ ଗୋକୁଳ ରଞ୍ଜନ ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରହିଛି ।
ଖବର ନେବାରୁ ଜଣାଯାଇଛି ଯେ, ରବିବାର ଭୋର ସମୟରେ ଦଇତାପଡ଼ା ସାହିର ଟୁକୁନା ସାହିଯାତ ଦେଖି ଘରକୁ ଫେରୁଥିଲେ । ସେହି ସମୟରେ ତାଙ୍କ ଘରକୁ ପଶି ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସେ ଜୀବନ ବିକଳରେ ଘରୁ ବାହାରକୁ ବାହାରି ଆସିଥିବା ବେଳେ ସାହିରେ ଦୁର୍ବୃତ୍ତମାନେ ଅତ୍ୟନ୍ତ ଅମାନୁଷିକ ଭାବେ ଧାରୁଆ ଅସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଏପରିକି ସେ ମରିଗଲି ବୋଲି ଚିକ୍ରାର କରୁଥିଲେ ସୁଦ୍ଧା ସେମାନେ ଛାଡ଼ି ନ ଥିଲେ । ସେମାନେ ଆକ୍ରମଣ କରି ଚାଲିଥିଲେ । ଏହି ସମୟରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚôଯିବାରୁ ସେମାନେ ଫେରାର୍ ହୋଇଯାଇଥିଲେ । ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି । ପୁଲିସ ପ୍ରାଥମିକ ତଦନ୍ତରୁ ଏହା ପୂର୍ବଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ଅନୁମାନ କରିଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *