ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦେ୍ଧାତ୍ସବ

ହୃଦୟ ଥିଲା ବିଶାଳ, ବ୍ୟକ୍ତିତ୍ୱ ଥିଲା ମହାନ୍
ଆସିକା (ଆପ୍ର): ଯାହାଙ୍କ ନାଁ ନେଲେ ସ୍ୱତଃ ମନରେ ଆବେଗ ଚାଲିଆସେ ଓ ବ୍ୟଗ୍ରତା ବଢିଯାଏ, ସେଭଳି ଏକ ବ୍ୟକ୍ତିତ୍ୱ ଥିଲେ ଓଡିଶାର ମୁକୁଟ ବିହୀନ ସମ୍ରାଟ ବିଜୁ ପଟ୍ଟନାୟକ । ସେ ଅନ୍ତରର ସହ ଓଡିଆ ଜାତି ପାଇଁ କାର୍ଯ୍ୟ କରୁଥିଲେ । ତାଙ୍କର ହୃଦୟ ଥିଲା ବିଶାଳ ଓ ବ୍ୟକ୍ତିତ୍ୱ ଥିଲା ମହାନ୍ । ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦେ୍ଧାତ୍ସୋବ ଅବସରରେ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ମୃôତିଚାରଣ ସଭାରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।
ସଭାରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଆସିକା ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ, ଏନ୍ଏସି ନଗରପାଳିକା ବିନେତା ସ୍ୱାଇଁ, ଉପ-ନଗରପାଳିକା ଜୟନ୍ତୀ ବିଷୋୟୀ, ବରିଷ୍ଠ ବିଜେଡି ନେତା ସୂର୍ଯ୍ୟକାନ୍ତ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ବି. ମନୋଜ କୁମାର ଦୋରା, ବିଜୁ ଜନତା ଦଳର ଜିଲ୍ଲା ଉପ-ସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀ, ସମ୍ପାଦକ ଅଭିମନୁ୍ୟ ନାହାକ, ଜିଲ୍ଲା ପରିଷଦ ସଦସ୍ୟ ତନ୍ମୟୀ ନାହାକ, ବିଜେଡି ନେତ୍ରୀ କଳ୍ପନା ଭୋଳ, ବିଜେଡି ନେତା ଅନୀଲ କୁମାର ନାୟକ, ରାଜେଶ କୁମାର ପଟ୍ଟନାୟକ, ସରପଞ୍ଚ ବିଦ୍ୟାନ୍ତ କୁମାର ଚର୍ଚ୍ଚି ପ୍ରମୁଖ ଯୋଗ ଦେଇଥିଲେ । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ମଞ୍ଜୁଳା ସ୍ୱାଇଁଙ୍କ ପରାମର୍ଶ ଓ ଗଞ୍ଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ସଂଯୋଜନାରେ ଶ୍ରାଦେ୍ଧାତ୍ସବ ପାଳିତ ହୋଇଯାଇଛି । ଋଷିକୁଲ୍ୟା ଓ ବଡ଼ନଦୀର ସଂଗମ ସ୍ଥଳରେ ତିଳତର୍ପଣ ପରେ ବିଜୁ ପଟ୍ଟନାୟକ ଛକରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉପଖଣ୍ଡ ଚିକିତ୍ସାଳୟରେ ସମୂହ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳୀୟ ନେତା ଓ କର୍ମୀମାନେରୋଗୀଙ୍କୁ ଫଳବଣ୍ଟନ ସାଙ୍ଗକୁ ସନ୍ଧ୍ୟାରେ ଖମ୍ବେଶ୍ୱରୀଙ୍କ ପୀଠରେ ଦୀପଦାନ ଓ ସମୂହ ସଂକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *