ମିଳିଲା ରହସ୍ୟମୟ ମାୟା କ୍ୟାଲେଣ୍ଡର୍

ୱାଶିଂଟନ, ୧୬ା୪: ମାୟା କ୍ୟାଲେଣ୍ଡର୍ ସମ୍ପର୍କରେ ବୈଜ୍ଞାନିକମାନଙ୍କ ମନରେ ଏପର୍ଯ୍ୟନ୍ତ ଯେଉଁ ଧାରଣା ଥିଲା, ତାହା ୨୩୦୦ବର୍ଷ ପୂର୍ବର ଏକ ରହସ୍ୟମୟ କ୍ୟାଲେଣ୍ଡର୍ ମିଳିବା ପରେ ଓଲଟପାଲଟ ହୋଇଯାଇଛି । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ଗବେଷକମାନେ ଗ୍ୱାଟେମାଲା ସ୍ଥିତ ଏକ ପିରାମିଡ୍ର ଅଭ୍ୟନ୍ତରରୁ ମାୟା କ୍ୟାଲେଣ୍ଡରର୍ ଅବଶେଷ ଆବିଷ୍କାର କରିଛନ୍ତି । ତାହା ପ୍ରାୟ ୨୩୦୦ ବର୍ଷ ପୂର୍ବେ ପ୍ରସ୍ତୁତ ହୋଇଥିଲା । ଏହାର ପ୍ରତିନିଧିତ୍ୱ କରୁଛନ୍ତି ଦୁର୍ଲଭ ‘ସାତ ହରିଣ’ ଯାହା ଏଗ୍ଲିଫ ନାମରେ ଜଣାଶୁଣା । ପ୍ରାଚୀନ ମାୟା କ୍ୟାଲେଣ୍ଡର୍ ଆବିଷ୍କୃତ ହେବା ସହ ପ୍ରମାଣିତ ହୋଇଛି ଯେ ଦୂର ଅତୀତରେ କେବଳ ସଙ୍କେତ ନୁହେଁ, ଅକ୍ଷରର ମଧ୍ୟ ପ୍ରୟୋଗ କରାଯାଉଥିଲା । ଆଜିର ଗବେଷକମାନେ କିନ୍ତୁ ମାୟା ସଭ୍ୟତାର ବର୍ଣ୍ଣମାଳା ପଢିବାକୁ ଅକ୍ଷମ ।
ଆଜିକାଲି ବ୍ୟବହୃତ କ୍ୟାଲେଣ୍ଡର୍ରେ ଗୋଟିଏ ବର୍ଷ ବା ୩୫୬ ଦିନର ବିବରଣୀ ରହୁଛି । କିନ୍ତୁ ମାୟା ସଭ୍ୟତାରେ
୧୮ ହଜାର ୯୮୦ ଦିନକୁ ଏକ ସଙ୍ଗେ ଗଣନା କରି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଉଥିଲା । ଅର୍ଥାତ୍ ମାୟାନ୍ମାନେ ନୂଆ କ୍ୟାଲେଣ୍ଡର୍ ପାଇଁ ୧୮,୯୮୦ ଦିନ ବା ୫୨ବର୍ଷ ଅପେକ୍ଷା କରୁଥିଲେ । ଏହି ଅଦ୍ଭୁତ କ୍ୟାଲେଣ୍ଡର୍ ଚଳୁଥିଲା ଆମେରିକାର ଉତ୍ତର-ମଧ୍ୟାଞ୍ଚଳରେ । ହଜାର ହଜାର ବର୍ଷ ଧରି ସେଠିକାର ଲୋକମାନେ ଏହାକୁ ବ୍ୟବହାର କରିଆସୁଥିଲେ । କ୍ୟାଲେଣ୍ଡର୍କୁ ସେମାନେ ଅତ୍ୟନ୍ତ ପବିତ୍ର ବସ୍ତୁ ମଣୁଥିଲେ । ଏହି କ୍ୟାଲେଣ୍ଡର୍ ଜରିଆରେ ମାୟାନ୍ମାନେ ସୂର୍ଯ୍ୟ, ଚନ୍ଦ୍ର ଓ ଗ୍ରହମାନଙ୍କ ଚଳନ ଗଣନା କରିପାରୁଥିଲେ । ମାୟା କ୍ୟାଲେଣ୍ଡର୍ରେ ଦିନଗୁଡିକର ୨୬୦ଟି ଭିନ୍ନଭିନ୍ନ ନାମ ରହୁଥିଲା । ଏପ୍ରକାର ଅବ୍ୟବସ୍ଥାକୁ କୁହାଯାଉଥିଲା ତଜୋଲିକନ୍ । ମୋଟ୍ ୪ ପ୍ରକାର ମାୟା କ୍ୟାଲେଣ୍ଡର୍ର ପ୍ରଚଳନ ଥିବା ଗବେଷକମାନେ ମତ ଦିଅନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *