ଜଳିଗଲା ୪ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ
ସାଲେପୁର (ଆପ୍ର): ଆଜି ସକାଳ ୧୧ଟା ସମୟରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର ଭସ୍ମୀଭୂତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାଯାଇଛି । ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଓଡ଼ାସିଂହ ଗ୍ରାମରେ ବିଦୁ୍ୟତ୍ ସଟ୍ସର୍କିଟ୍ ଯୋଗୁ ଆଜି ଦିନ ପ୍ରାୟ ୧୧ଟା ସମୟରେ ଅଗ୍ନିକାଣ୍ଡ ଘଟି ଅନନ୍ତ କିଶୋର ମହଲାଙ୍କ ୪ବଖରା ଘର ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଘର ମଧ୍ୟରେ ଥିବା ଧାନ, ଚାଉଳ, ମୁଗ ଓ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଯାହାର ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଜଣାଯାଇଛି । ବିଦୁ୍ୟତ୍ ସଟ୍ସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଶୁଣିବାକୁ ମିଳୁଛି । ସାଲେପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚôଲାବେଳକୁ ୪ବଖରା ଘର ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇଁ ସ୍ଥାନୀୟ ସରପଞ୍ଚ ଜ୍ୟୋତିରେଖା ନାୟକ, ପ୍ରକାଶଦୀପ ନାୟକ ଘଟଣା ସ୍ଥଳରେ ପହଞ୍ଚô ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ କରିଥିବା ପ୍ରକାଶ କରିଛନ୍ତି । ସଂପୃକ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାପାଇଁ ଦାବି ହୋଇଛି ।