ଆଉ ଜଣେ ସଂଘ କର୍ତ୍ତାଙ୍କୁ ହତ୍ୟା

୨୪ ଘଣ୍ଟାରେ କେରଳରେ ୨ୟ ମର୍ଡର୍
ଥିରୁଅନନ୍ତପୁୂରମ୍ (ଏଜେନ୍ସି): କେରଳରେ ପଲକ୍କଡ ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସ୍ଏସ୍)ର ଶ୍ରୀନିବାସନ୍ ନାମକ ଜଣେ କର୍ମକର୍ତ୍ତା (ସଂଘର ପୂର୍ବତନ ପ୍ରଚାରକ)ଙ୍କୁ ସଂଘବଦ୍ଧ ଆକ୍ରମଣ କରାଯିବା ଏବଂ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଶ୍ରୀନିବାସନଙ୍କୁ ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ସଂଗଠନର ସଦସ୍ୟମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶ୍ରୀନିବାସନ୍ ନିଜ ଦୋକାନରେ ଥିବା ବେଳେ ଦୁଇଟି ବାଇକରେ ପ୍ରକା ୫ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରେ ମିଳିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଶ୍ରୀନିବାସନ୍ଙ୍କୁ ବଞ୍ଚାଯାଇପାରିନାହିଁ । ପ୍ରକାଶ, ଦିନକ ପୂର୍ବେ ପଲକ୍କଡରେ ଏସ୍ଡିପିଆଇର ସ୍ଥାନୀୟ ନେତା ସୁବେରଙ୍କୁ ମଧ୍ୟ ଏହିପ୍ରକାରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *