ଅସ୍ତିତ୍ୱ ହରାଉଛି ପ୍ରାଚୀ
ନିଆଳି (ଆପ୍ର): ପଦ୍ମପୂରାଣ ବର୍ଣ୍ଣିତ ପୂଣ୍ୟତୋୟା ପ୍ରାଚୀ ନଦୀର ସୂରକ୍ଷା ପାଇଁ ଦୃଷ୍ଟି ଦିଆଯାଉ ନ ଥିବାରୁ ଏହି ପବିତ୍ର ତୀର୍ଥ ନଦୀ ଏବେ ଅସ୍ତିତ୍ୱ ହରାଇବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ଗତ ୧୫ବର୍ଷ ମଧ୍ୟରେ ପ୍ରାଚୀ ସଫେଇ ନାମରେ ଡ୍ରେନେଜ୍ ବିଭାଗ ଦ୍ୱାରା ପ୍ରାୟ ୫୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବିନିଯୋଗ ହୋଇଥିଲେ ମଧ୍ୟ ପ୍ରାଚୀର ଅସ୍ତିତ୍ୱ ରକ୍ଷା କ୍ଷେତ୍ରରେ ଏହା ଆଦୌ ଫଳପ୍ରଦ ହୋଇ ନ ଥିବା ଅଭିଯୋଗ ହେଉଛି । କେତେକେ ସୁବିଧାବାଦୀ ବ୍ୟକ୍ତି ପ୍ରାଚୀନଦୀ ପାଶ୍ୱର୍ରୁ ମାଟି ଖୋଳି ନେଇ ବିକ୍ରିକରି ମୁନାଫା ମାରୁଥିବା ବେଳେ ପାଣ୍ଡବକୁଦ, ବକ୍ସିକୁଦ ଭଳି ପ୍ରାଚୀ ପାଶ୍ୱର୍ସ୍ଥ ବହୁ ସ୍ଥାନରେ ପ୍ରକାଣ୍ଡ ଗର୍ତ୍ତମାନ ସୃଷ୍ଟି ହୋଇ ପାଶ୍ୱର୍ବର୍ତ୍ତୀ ଗ୍ରାମ ତଥା ଶହ ଶହ ଏକର ଶସ୍ୟକ୍ଷେତ୍ର ପ୍ରତି ବିପଦ ସୃଷ୍ଟି କରୁଛି ।
ନିଆଳି, ନୂଆଗାଁ, ଜଲ୍ଲାରପୁର, କୃଷ୍ଣପ୍ରସାଦ ଆଦି ଅଞ୍ଚଳ ନିକଟବର୍ତ୍ତୀ ପ୍ରାଚୀ ପାଶ୍ୱର୍ସ୍ଥ ଜମିରୁ ବହୁ ସୁବିଧାବାଦୀ ବ୍ୟକ୍ତି ଜବରଦଖଲ କରି ବସତି ସ୍ଥାପନ କରିବା ପରେ ପ୍ରାଚୀ ନଦୀ ଜଳ ପ୍ରଦୂଷଣ ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ବହୁ ସମୟରେ ଲୋକେ ବର୍ଜ୍ୟବସ୍ତୁ, ମଲା ପଶୁପକ୍ଷୀଙ୍କ ଶରୀର ଏହି ପବିତ୍ର ନଦୀ ମଧ୍ୟକୁ ଫିଙ୍ଗି ଦେଉଥିବାରୁ ଏହି ତୀର୍ଥନଦୀର ଜଳ ପ୍ରଦୂଷିତ ହେଉଥିବା କୁହାଯାଉଛି । ବିଶେଷକରି ନିଆଳି ନିକଟବର୍ତ୍ତୀ ପ୍ରାଚୀନଦୀ ପାଶ୍ୱର୍ରେ ଗତ କିଛି ଦିନ ହେବ ଗଢ଼ିଉଠିଥିବା ଜନବସତିକୁ ତୁରନ୍ତ ଉଚ୍ଛେଦ କରା ନ ଗଲେ ପ୍ରାଚୀନଦୀ ତାର ଅସ୍ତିତ୍ୱ ହରାଇବ ବୋଲି ଅଭିଯୋଗ ହେଉଛି । ଏପରି ସ୍ଥଳେ ପ୍ରାଚୀ ନଦୀର ସୁରକ୍ଷା ତଥା ପୁନଃଉଦ୍ଧାର ପ୍ରତି ଫଳପ୍ରଦ ପଦକ୍ଷେପ ନିଆଯିବାକୁ ନିଆଳି ପ୍ରାଚୀ ସୁରକ୍ଷା ମଞ୍ଚ ପକ୍ଷରୁ ଡଃ. ତ୍ରିନାଥ ପଟ୍ଟନାୟକ, ପିତାମ୍ବର ରାଉତ ପ୍ରମୁଖ ଦାବି କରିଛନ୍ତି ।