ଭଦ୍ରକ ଜେଲ୍ରେ ଶର୍ମିଷ୍ଠାଙ୍କ ୨ ସହଯୋଗୀଙ୍କୁ ଜେରା

ମାନସ ସ୍ୱାଇଁ ହତ୍ୟା ମାମଲା
ଭଦ୍ରକ (ଆପ୍ର): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ସ୍ୱତନ୍ତ୍ର ଜେଲ୍ରେ ପହଞ୍ଚି ତଦନ୍ତ କରିଛନ୍ତି । ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଦୁଇ ସହଯୋଗୀ ଭାଗ୍ୟଧର ନାୟକ ଓ ବିବେକ ନାୟକଙ୍କୁ ଜେରା କରିଛି ଟିମ୍ । ଦୁହିଁଙ୍କୁ ଚାନ୍ଦବାଲି ପୁଲିସ ମାର୍ଚ୍ଚ ୧୨ତାରିଖରେ ଖୋର୍ଦ୍ଧା ଅଞ୍ଚଳରୁ ଗିରଫ କରିଥିଲା ।
କ୍ରାଇମବ୍ରାଞ୍ଚ ଡିଏସ୍ପି କଳ୍ପନା ସାହୁଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ଭଦ୍ରକ ଜେଲ୍ରେ ପଚରାଉଚରା କରିଥିଲେ । ମାନସଙ୍କୁ ଅପହରଣ, ଦୟାଲ ଆଶ୍ରମରେ ମାଡ଼ମାରି ହତ୍ୟା, ଶବ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ପୋତିବା ଆଦିରେ ବିବେକ ଓ ଭାଗ୍ୟଧରଙ୍କର ଭୂମିକା ସଂପର୍କରେ ଜେରା କରିଛନ୍ତି । ଅଭିଯୁକ୍ତଙ୍କ ଟିଆଇ ପ୍ୟାରେଡ୍ ପାଇଁ କ୍ରାଇମ ବ୍ରାଞ୍ଚ ପକ୍ଷରୁ କୋର୍ଟକୁ ଅନୁମତି ଲୋଡ଼ା ଯାଇଛି । ଏକ ମେମୋରି ଚିପ୍କୁ ନେଇ ମାନସଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୮ଜଣଙ୍କୁ ଗିରଫ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *