୪ ଜିଲ୍ଲାରେ ମୃଦୁ ଭୂକମ୍ପ
ନୟାଗଡ଼, ଗଞ୍ଜାମ କେନ୍ଦ୍ରସ୍ଥଳ
ଭୁବନେଶ୍ୱର,୧୫ା୪(ବୁ୍ୟରୋ): ରାଜ୍ୟର ୪ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଶୁକ୍ରବାର ପୂର୍ବାହ୍ଣ ୧୧ଟା ୧୯ରେ ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ କିଛି ସ୍ଥାନରେ ମୃଦୁ ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଲୋକମାନେ ଏହା ଭୂମିକମ୍ପ ବୋଲି ଜାଣି ଘରୁ ବାହାରକୁ ଚାଲି ଆସିଥିଲେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଶୁକ୍ରବାର ୧୧.୨୦ ମିନିଟରେ ଦଶପଲ୍ଲାରେ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ବେଗ ୩.୧୯ ଥିବା ଜଣାପଡିଛି । ଭୂମି ଥରିବା ସହ ଘରର ବାସନ ଗୁଡିକ ଥରି ଝୁଣଝାଣ ଶବ୍ଦ ହେବାକ୍ଷଣି ଲୋକମାନେ ଏହା ଭୂମିକମ୍ପ ଜାଣି ବାହାରକୁ ଚାଲି ଆସିଥିଲେ । ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି । ନୟାଗଡ଼ ଓ ଗଞ୍ଜାମର ମଧ୍ୟବର୍ତ୍ତୀ ଅଞ୍ଚଳ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ସୂଚନା ମିଳିଛି । ଭୂକମ୍ପର ଗଭୀରତା ୧୦ କିମି ଥିଲା ।