ଅଗଷ୍ଟ ୨୮କୁ ଘୁଞ୍ଚିଲା ଜେଇଇ ଆଡଭାନ୍ସ

ଭୁବନେଶ୍ୱର,୧୫ା୪(ବୁ୍ୟରୋ): ୨୦୨୨-୨୩ ଜେଇଇ ଆଡଭାନ୍ସ ପରୀକ୍ଷା ତାରିଖ ଅଗଷ୍ଟ ୨୮ ତାରିଖକୁ ଘୁଞ୍ଚିଛି । ଆସନ୍ତା ଅଗଷ୍ଟ ୨୮ ତାରିଖରେ ଦୁଇଟି ସିଟିଂରେ ହେବ ପରୀକ୍ଷା । ପୂର୍ବରୁ ଜୁଲାଇ ୩ରେ ଜେଇଇ ଆଡଭାନ୍ସ ହେବାକୁ ଧାର୍ଯ୍ୟ ହୋଇଥିଲା । ଜେଇଇ ଆଡଭାନ୍ସ ୨୦୨୨ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୭ ରୁ ୧୧, ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆବେଦନ ଶୁଳ୍କ ଦେବାର ଶେଷ ତାରିଖ ହେଉଛି ଅଗଷ୍ଟ ୧୨ । ଜେଇଇ ଆଡଭାନ୍ସ ପାଇଁ ପରୀକ୍ଷାର୍ଥୀମାନେ
ଅଗଷ୍ଟ ୨୩ ରୁ ୨୮ ପର୍ଯ୍ୟନ୍ତ ସେମାନଙ୍କ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଏହା ଅଫିସିଆଲ୍ ୱେବସାଇଟ୍ରେ ଉପଲବ୍ଧ ହେବ । ସକାଳ ଏବଂ ଅପରାହ୍ନ ୨ଟି ସ୍ପିପ୍ଟରେ ପରୀକ୍ଷା ହେବ । ପ୍ରଥମ ପେପର ସକାଳ ୯ରୁ ପୂର୍ବାହ୍ନ ୧୨ ଓ ଦ୍ୱିତୀୟ ପେପର ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ଯାଏଁ ହେବ । ପରୀକ୍ଷା ଫଳ ସେପ୍ଟେମ୍ବର ୧୧ରେ ପ୍ରକାଶ ପାଇବ । ରେଜଲ୍ଟର ପ୍ରୋଭିଜନାଲ ଉତ୍ତର ସିଟ ସେପ୍ଟେମ୍ବର ୩ରୁ ୪ ଭିତରେ ଉପଲବ୍ଧ ହେବ । ପ୍ରକାଶ ଥାଉ କି, ମେଡିକାଲ ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି-କମ-ଏଣ୍ଟ୍ରାନ୍ସ ଟେଷ୍ଟ ଆସନ୍ତା ଜୁଲାଇ ୧୭ରେ ଅନୁଷ୍ଠିତ ହେବ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସଂ ପକ୍ଷରୁ ଘୋଷଣା କରାଯାଇଛି । ୨୦୨୨ ନିଟ୍ ୟୁଜି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ମେ ୬ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରାଯାଇପାରିବ । ଚଳିତବର୍ଷ ଓଡ଼ିଆ ସମେତ ୧୩ଟି ଭାଷାରେ ନିଟ୍ ପରୀକ୍ଷା ହେବ । ଜେଇଇ ମେନ୍ ସେସନ-୧ ଓ ୨ ସୂଚୀ ମଧ୍ୟ ବଦଳିଛି । ସେସନ-୧ ପରୀକ୍ଷା ଜୁନ୍ ୨୦ରୁ ୨୯ ତାରିଖ ଏବଂ ସେସନ-୨ ପରୀକ୍ଷା ଜୁଲାଇ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ ବୋଲି ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *