ଟାର୍ଗେଟ୍୍ ଥିଲା ୨ଠ୨୩ ବିଶ୍ୱକପ୍
କୋକେନ ଜବତ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ୱର, ୧୫ା୪ (ବୁ୍ୟରୋ): ୨୦୨୩ ହକି ବିଶ୍ୱକପ୍କୁ ଟାର୍ଗେଟ୍ କରି ପ୍ରସ୍ତୁତି ଆରମ୍ଭ କରିଥିଲା ନିଶା ମାଫିଆ । ଭୁବନେଶ୍ୱରରୁ ପ୍ରଥମକରି ୨୦୨ ଗ୍ରାମ (ଦୁଇକୋଟିରୁ ଅଧିକ ଟଙ୍କା) କୋକେନ୍ ଜବତ ଘଟଣାରେ ଏସ୍ଟିଏଫ୍କୁ ମିଳିଛି ଏଭଳି ·ଞ୍ଚଲ୍ୟକର ତଥ୍ୟ । ବିଶ୍ୱକପ୍ ପୂର୍ବରୁ ମାଷ୍ଟରମାଇଣ୍ଡ୍ ରବି ମାର୍କେଟ ପ୍ରସ୍ତୁତ କରିଥିଲା । ବିଦେଶୀ ଦର୍ଶକଙ୍କୁ କୋକେନ୍ ବିକ୍ରି ଉଦେ୍ଦଶ୍ୟ ଥିଲା । ଏଥିପାଇଁ ବିଦେଶୀ ଦର୍ଶକ ଓ ଖେଳାଳି ରହୁଥିବା ତାରକା ହୋଟେଲ ସହ ଯୋଗାଯୋଗ କରିବାକୁ ରବି ଯୋଜନା କରିଥିଲା । ରବିର ବିଗ୍ ବସ୍ ଦିଲ୍ଲୀର ତୁର୍କମାନ ଗେଟ୍ରେ ରହୁଥିବା ଏସ୍ଟିଏଫ୍ ଜାଣିବାକୁ ପାଇଛି । ଏଓ୍ଟିଏଫ୍ ବୁଧବାର ଦିନ ପ୍ରଥମ ଥର ପାଇଁ ରାଜଧାନୀରୁ ୨୦୨ ଗ୍ରାମ କୋକେନ୍ ଜବତ କରିବା ସହିତ ରାଜସ୍ଥାନର ଚୁରୁ ଜିଲ୍ଲା ହାର୍ମିବାସ ଅଞ୍ଚଳର ରବି ସିଂହ ଓ ଝୁନ୍ଜୁନ୍ ଜିଲ୍ଲା ଖାଡଖାଡ଼ି ଅଞ୍ଚଳର ସନ୍ନି କୁମାରଙ୍କୁ ଗିରଫ କରିଛି । ଜବତ କୋକେନ୍ର ଗୁରବତ୍ତା ଯାଞ୍ଚ ପାଇଁ ପଠାଯାଇଛି । ଧନୀ ଓ ସମ୍ଭ୍ରାନ୍ତ ପରିବାରର ଛାତ୍ରଙ୍କୁ କୋକେନ୍ ଯୋଗାଇବା ସେମାନଙ୍କ ଉଦେ୍ଦଶ୍ୟ ଥିଲା । ରବି ନିକଟରୁ ସାଉଥ ଆଫ୍ରିକାର ମୁଦ୍ରା ମିଳିଥିବାରୁ ଏଥିରେ ସାଉଥ ଆଫ୍ରିକା ଲିଙ୍କ୍ ଥିବା ଏସ୍ଟିଏଫ୍ ସନେ୍ଦହ କରୁଛି । ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଏସ୍ଟିଏଫ୍ କୋର୍ଟରେ ଆବେଦନ କରିଛି । ସନ୍ନି ନୂଆପଲ୍ଲୀ ଥାନା ସାଲିଆସାହି ତାରିଣୀନଗରରେ ରହି ବ୍ୟବସାୟ କରେ । ୨୦୧୦ କମନ୍ୱେଲ୍ଥ ଗେମ୍ ସମୟରେ
ରବି କୋକେନ୍ ବ୍ୟବସାୟ ଆରମ୍ଭ କରିଥିଲା । ସେ ରାଜସ୍ଥାନରେ ହୋଟେଲ ବ୍ୟବସାୟ ଓ ଦିଲ୍ଲୀରେ ଟ୍ରାଭେଲ ବ୍ୟବସାୟ କରୁଥିଲା । ହୋଟେଲ୍ ଓ ଟ୍ରାଭେଲ୍ ବ୍ୟବସାୟ କରୁଥିବାରୁ ବହୁ ବିଦେଶୀଙ୍କୁ ଯୋଗାଯୋଗ କରି କୋକେନ୍ ବେପାର କରୁଥିଲା । କୋକେନ୍ କେଜି ୩ କୋଟିରୁ ୭ କୋଟିରେ ବିକ୍ରି କରୁଥିଲା ବୋଲି ଜଣାପଡ଼ିଛି ।