ଭାରତକୁ ମିଳିଲା ୨ୟ ପର୍ଯ୍ୟାୟ ଏସ୍-୪ଠଠ

ନୂଆଦିଲ୍ଲୀ(ଏଜେନ୍ସି): ରୁଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆମେରିକା ପକ୍ଷରୁ ରୁଷ୍ ଠାରୁ କୌଣସି ପ୍ରକାର ବ୍ୟବସାୟିକ ସମ୍ପର୍କ ରକ୍ଷା ନକରିବାକୁ ବାରମ୍ବାର ଭାରତ ଉପରେ ଚାପ ପକାଯାଇଆସୁଛି । ତଥାପି ଭାରତ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନଥିବା ସ୍ପଷ୍ଟ ବାରି ହୋଇପଡୁଛି । ଗୋଟିଏ ପକ୍ଷେ ଭାରତ, ରୁଷ୍ ଠାରୁ ତୈଳ କିଣିବା ଜାରି ରଖିଥିବା ବେଳେ ସମ୍ପ୍ରତି ରୁଷ୍ ନିର୍ମିତ ଏସ୍-୪ଠଠ ପ୍ରଣାଳୀ (କ୍ଷେପଣାସ୍ତ୍ର ନିରୋଧୀ)ର ୨ ରେଜିମେଣ୍ଟ ଅର୍ଥାତ୍ ୨ୟ ପର୍ଯ୍ୟାୟ ଡେଲିଭରି ଆସି ଭାରତରେ ପହଞ୍ଚôଛି । ଏତଦ୍ବ୍ୟତୀତ ଚଳିତ ମାସ ଶେଷ ସୁଦ୍ଧା ଭାରତକୁ ନିର୍ଦ୍ଦିଷ୍ଟ ପରିମାଣର ଏସ୍-୪ଠଠ ଯୋଗାଣ ଶେଷ କରିବ ବୋଲି ରୁଷ୍ ଖୋଲାଖୋଲି ଭାବେ କହିଛି । ତେବେ ଏସବୁ ମଧ୍ୟରେ ଆମେରିକାର କି ପ୍ରକାର ପ୍ରତିକ୍ରିୟା ରହୁଛି, ତା’ ଉପରେ ସଭିଙ୍କ ନଜର ରହିଛି ।
ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ଆସିଥିବା ପ୍ରଥମ ପର୍ଯ୍ୟାୟ ଏସ୍-୪ଠଠ ପ୍ରଣାଳୀକୁ ଭାରତ, ପଞ୍ଜାବ ସଂଲଗ୍ନ ପାକିସ୍ତାନ ସୀମାରେ ମୁତୟନ କରିସାରିଛି । ସେହିପରି ଆସୁଥିବା ୨ୟ ପର୍ଯ୍ୟାୟ ଏସ୍-୪ଠଠ ପ୍ରଣାଳୀକୁ ଚୀନ ସୀମାରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି । ଏସ୍-୪ଠଠକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏୟାରଡିଫେନ୍ସ ସିଷ୍ଟମ୍ ଭାବେ ଅଭିହିତ କରାଯାଉଛି । ଭାରତ, ରୁଷ୍ ଠାରୁ ୫.୪୩ ବିଲିୟନ ଡଲାର (ପ୍ରାୟ ୪ଠ ହଜାର କୋଟି ଟଙ୍କା)ର ୫ଟି ରେଜିମେଣ୍ଟ ଏସ୍-୪ଠଠ କିଣିବାକୁ ୨ଠ୧୮, ଅକ୍ଟୋବରରେ ଚୁକ୍ତି କରିଥିଲା । କରୋନା ମହାମାରୀ ଯୋଗୁଁ ପ୍ରଥମ ରେଜିମେଣ୍ଟ ଯୋଗାଣ ପ୍ରାୟ ଏକ ବର୍ଷ ବିଳମ୍ବିତ ହୋଇଥିଲା । ୨ଠ୨ଠ ବଦଳରେ ୨ଠ୨୧ରେ ପ୍ରଥମ ରେଜିମେଣ୍ଟ ଏସ୍-୪ଠଠ ପ୍ରଣାଳୀ ଭାରତକୁ ମିଳିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *