କରୋନାଠୁ ଘାତକ ନୂଆ ଭୂତାଣୁ ପ୍ରସ୍ତୁତ କରୁଛି ଚୀନ୍

ଜିନ୍ପିଙ୍ଗ୍ଙ୍କ ଅଜବ ନୀତି, ପାକିସ୍ତାନ ସାଜିଛି ସହଯୋଗୀ
ବେଜିଂ (ଏଜେନ୍ସି): ସମଗ୍ର ବିଶ୍ୱକୁ କରୋନା ଭୂତାଣୁ ଭଳି ଏକ ଭୟଙ୍କର ମହାମାରୀ ମଧ୍ୟକୁ ଠେଲିଦେଇଥିବା (ଏପର୍ଯ୍ୟନ୍ତ ମୁକୁଳି ପାରିନଥିବା ବେଳେ) ଚୀନ୍ ଏବେ ଆଉ ଏକ ଭୂତାଣୁ ପ୍ରସ୍ତୁତ କରିବାରେ ଲାଗିପଡ଼ିଛି । ବାସ୍ତବରେ ଏହି ଭୂତାଣୁ କରୋନା ଭୂତାଣୁ ଠାରୁ ମଧ୍ୟ ଆହୁରି ଅଧିକ ଭୟଙ୍କର ତଥା ପ୍ରାଣଘାତୀ କରିବା ଦିଗରେ ଚୀନ୍ ସବୁପ୍ରକାର ଚେଷ୍ଟା ଚଳାଇଛି । ଆଉ ଚୀନ୍ର ଏପ୍ରକାର କୁତ୍ସିତ ମନୋଭାବଜନିତ ପ୍ରକି୍ରୟାରେ ସହଯୋଗୀ ସାଜିଛି ପାକିସ୍ତାନ୍ । ଏଭଳି ଏକ ଭୟଙ୍କର ରିପୋର୍ଟ ଏବେ ସାମ୍ନାକୁ ଆସିଛି । ଅଷ୍ଟ୍ରେଲିଆର ଏକ ଗଣମାଧ୍ୟମ (ପୋର୍ଟାଲ) ଦ କଲେସନ୍’ ଅନୁଯାୟୀ ଚୀନ୍ ରାଷ୍ଟ୍ରପତି ସି. ଜିନ୍ପିଙ୍ଗ୍ଙ୍କ ନିଦେ୍ର୍ଦଶକ୍ରମେ ଚୀନ୍ ପ୍ରଶାସନ, ବୈଜ୍ଞାନିକ ଦଳ, ବାୟୋଲୋଜିଷ୍ଟ, ଭାଇରୋଲୋଜିଷ୍ଟଙ୍କ ଏକ ବୃହତ୍ ଟିମ୍ ଏବେ ପାକିସ୍ତାନରେ ପାକ୍ ସେନା ସହ ମିଶି ଜୈବିକ ପଦ୍ଧତିରେ ଏକ ନୂଆ ଭୂତାଣୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ଚୀନ୍ ପକ୍ଷରୁ ଏହାକୁ ବାୟୋ ୱିପନ୍ ଭାବେ ସମ୍ବୋଧିତ କରାଯାଉଥିବା ବେଳେ ବାସ୍ତବରେ ଚୀନ୍ ଏକ ଭୂତାଣୁର ଉତ୍ପତ୍ତି ସମ୍ପର୍କରେ ଗବେଷଣା କରୁଥିବା ଦ କଲେସନ୍ ଦର୍ଶାଇଛି । ରିପୋର୍ଟ ଅନୁସାରେ ଉହାନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜି (ଡବ୍ଲୁ୍ୟଆଇଭି) ଏବଂ ପାକିସ୍ତାନ ସେନା ଅଧୀନରେ ଡିଫେନ୍ସ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ଅର୍ଗାନାଇଜେସନ୍ ଏକ ନୂଆ ଷ୍ଟ୍ରେନ୍ ପ୍ରସ୍ତୁତିରେ ଲାଗିପଡିଛି । ପାକିସ୍ତାନର ଯେଉଁ ଲ୍ୟାବ୍ରେ ଏହି ନୂଆ ଭୂତାଣୁକୁ ବିକଶିତ କରାଯାଉଛି, ତାହା ବାୟୋ ସେଫ୍ଟି ଲେବଲ୍-୪ ସମ୍ପନ୍ନ । ଅର୍ଥାତ୍ ଏହି ଲ୍ୟାବ୍ରେ ଘାତକରୁ ଅଧିକ ଘାତକ ଭୂତାଣୁ ସମ୍ପର୍କରେ ଗବେଷଣା, ଉତ୍ପତ୍ତି ଆଦି ସମ୍ପର୍କରେ କାର୍ଯ୍ୟ କରାଯିବା ସମ୍ଭବ । ଯେଉଁ ତ୍ରୁଟି ପାଇଁ ଉହାନ୍ ଭାଇରୋଲୋଜି ସେଣ୍ଟରରୁ କରୋନା ଭୂତାଣୁ ଲିକ୍ ହୋଇ ବାହାରକୁ ଆସିଯାଇଥିଲା ସେହି ତ୍ରୁଟିକୁ ସୁଧାରିବା ଲକ୍ଷ୍ୟରେ ଚୀନ୍ ଏବେ ପାକିସ୍ତାନରେ ଥିବା ଏହି ବାୟୋ ସେଫ୍ଟି ଲେବଲ୍-୪ ସମ୍ପନ୍ନ ଲାବୋରେଟୋରୀରେ ନୂଆ ଭୂତାଣୁ ପ୍ରସ୍ତୁତ କରିବା ଆରମ୍ଭ କରିଛି । ଏସମ୍ପର୍କରେ ଜଣାପଡିବା ପରେ ସିଙ୍ଗାପୁର ବିଶ୍ୱବିଦ୍ୟାଳୟର ଡଃ ରୟାନ୍ କ୍ଲାକର୍୍ କହିଛନ୍ତି, ଯଦି ବର୍ତ୍ତମାନ ସମୟରେ ବିଶ୍ୱ ସମୁଦାୟ ଚୀନ୍ ଏବଂ ପାକିସ୍ତାନର ଏହି ମିଳିତ ଗବେଷଣା ଉପରେ ତୁରନ୍ତ ରୋକ୍ ନଲଗାଏ ତେବେ ଆଗାମୀ ଦିନରେ ସମଗ୍ର ବିଶ୍ୱ ଆଉ ଏକ ଘାତକ ମହାମାରୀର ଶିକାର ହେବା ନିଶ୍ଚିତ । ଯାହାକି କରୋନା ଠାରୁ ମଧ୍ୟ କାହିଁ କେତେଗୁଣ ଅଧିକ ମାତ୍ରାରେ ବିନାଶ ରଚିବ । ଗୋଟିଏ ପଟେ ନିଜ ଉତ୍ପନ୍ନ ଭୂତାଣୁ ଦ୍ୱାରା ଏବେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଥିବା ଚୀନ୍ ନିଜ ଦେଶବାସୀଙ୍କୁ ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଇବା, ଅତ୍ୟାବଶ୍ୟକ ମେଡିସିନ୍ ଦେବାରେ ବିଫଳ ହୋଇପଡିଛି । ଭୋକ ଜ୍ୱାଳା ସହି ନପାରି ଲୋକେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷେ ଚୀନ୍ ସରକାରଙ୍କ ନିଦେ୍ର୍ଦଶକ୍ରମେ (ଖାଦ୍ୟ ଅଭାବ କାରଣରୁ) ନୀରିହ ପୋଷା ଜୀବଜନ୍ତୁଙ୍କୁ ଗୁଳି କରି ହତ୍ୟା କରାଯାଉଛି । ଅନ୍ୟପକ୍ଷେ ପାକିସ୍ତାନ ସହ ମିଶି ଚୀନ୍ ଆଉ ଏକ ଘାତକ ଭୂତାଣୁ ପ୍ରସ୍ତୁତ କରିବାରେ ଲାଗିପଡିଛି । ପ୍ରକାଶ ଚୀନ୍ରେ ଏବେ କରୋନାର ଘାତକ ଭାରିଆଣ୍ଟ ଓମିକ୍ରନ୍ ଏବଂ ଏକ୍ସଇ ଜନିତ ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଖରାପ ହେବାରେ ଲାଗିଛି । ସଂକ୍ରମଣ ରୋକିବା ପାଇଁ ଚୀନ୍ର ଅଧିକାଂଶ ସହରକୁ ଦେଢ଼ ମାସରୁ ଊଦ୍ଧ୍ୱର୍ ସମୟ ଧରି ଲକ୍ଡାଉନ୍ କରି ରଖାଯାଇଛି । ଖାଦ୍ୟ ପାଇଁ ଲୋକ ଚିକ୍ରାର କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କେତେକ ସ୍ଥାନରେ ଖାଦ୍ୟ ପାଇଁ ଲୋକେ ଲୁଟ୍ପାଟ୍ କରୁଥିବା ଦେଖିବାକୁ ମିଳୁଛି ତ ଆଉ କେଉଁଠି ଛୋଟ ଧରଣର ଦଙ୍ଗା ଏବଂ ଆନେ୍ଦାଳନ ମଧ୍ୟ ପରିଲକ୍ଷିତ ହେଉଛି । ଉଲ୍ଲେଖଯୋଗ୍ୟ, ଚୀନ୍ ସହର ସାଂଘାଇ ଏବେ କରୋନାର ସବୁଠାରୁ ଭୟଙ୍କର ସ୍ଥିତି ଦେଇ ଗତି କରୁଛି । ଶାଂଘାଇର ୨୬ ନିୟୁତ ଲୋକ ଏବେ ସଂପୂର୍ଣ୍ଣ ଲକ୍ଡାଉନ୍ରେ ରହିଥିବାରୁ ଏଥିପାଇଁ ମାନବୀୟ ସଙ୍କଟ ମଧ୍ୟ ଉପୁଜିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *