ଟ୍ୱିଟର କିଣିବେ ଏଲନ୍ ମସ୍କ

ୱାଶିଂଟନ୍ (ଏଜେନ୍ସି): ଟେସ୍ଲା ଭଳି କମ୍ପାନୀର ମାଲିକ ତଥା ବିଶ୍ୱର ନଂ ୧ ଧନୀ ଏଲନ୍ ମସ୍କ ଏବଂ ବିଶ୍ୱର ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟ୍ୱିଟର ଉପରେ ନଜର ପକାଇଛନ୍ତି । ଟ୍ୱିଟରକୁ କିଣିବା ପାଇଁ ଅର୍ଥାତ୍ ଟ୍ୱିଟର ଉପରେ ସେ ନିଜର ଏକଚାଟିଆ ଅଧିକାର ହାସଲ କରିବା ଉଦେ୍ଦଶ୍ୟରେ ୩.୨ଲକ୍ଷ କୋଟି ଟଙ୍କା (୪୩.୪ ଆରବ ଡଲାର) ଦେବାକୁ ମଧ୍ୟ ମସ୍କ ଟ୍ୱିଟରକୁ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ଏଲନ୍ ମସ୍କ, ଟ୍ୱିଟରର ପ୍ରତ୍ୟେକ ସେୟାରକୁ ୫୪.୨ଠ ଡଲାର ମୂଲ୍ୟରେ ନଗଦ ଅର୍ଥ ଦେଇ କ୍ରୟ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଅର୍ଥାତ୍ ଯେତେବେଳେ ଏଲନ୍ ମସ୍କ, ଟ୍ୱିଟରର ସେୟାର କିଣିବା ଆରମ୍ଭ କରିଥିଲେ ସେତେବେଳେ ଟ୍ୱିଟରର ସେୟାର ମୂଲ୍ୟ ଯାହା ଥିଲା ତାହା ଠାରୁ ପ୍ରାୟ ୫୪% ଅଧିକ ମୂଲ୍ୟ ଦେଇ ଏବେ ଟ୍ୱିଟରର ସବୁ ସେୟାର(୧ଠଠ%) ଖରିଦ୍ କରିବାକୁ ଏଲନ୍ ମସ୍କ ଚାହୁଁଥିବା ଜାଣିବାକୁ ମିଳିଛି ।
ପ୍ରକାଶ, ଇତି ମଧ୍ୟରେ ଟ୍ୱିଟରର କିଛି ସେୟାରକୁ ଏଲନ୍ ମସ୍କ କ୍ରୟ କରିସାରିଛନ୍ତି । ଟ୍ୱିଟର ଏଲନ୍ ମସ୍କଙ୍କୁ ନିଜ ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ସାମିଲ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲା, ତେବେ କୌଣସି କାରଣରୁ ମସ୍କ ବର୍ତ୍ତମାନ ସୁଦ୍ଧା ଏହାକୁ ଗ୍ରହଣ କରିନାହାନ୍ତି । ଅନ୍ୟପକ୍ଷେ ୟୁଏସ୍ (ଆମେରିକା) ସିକୁ୍ୟରିଟିଜ୍ ଏବଂ ଏକ୍ସଚେଞ୍ଜ କମିଶନ ସହ ଏସମ୍ପର୍କରେ (ଟ୍ୱିଟର ସେୟାର ଖରିଦ୍ ପ୍ରକ୍ରିୟା) ହୋଇଥିବା ଆଲୋଚନା କାଳରେ ଏଲନ୍ ମସ୍କ, ପ୍ରତି ସେୟାରକୁ ୫୪% ଅଧିକ ଦାମ୍ରେ ଟ୍ୱିଟରର ସମସ୍ତ ସେୟାର (୧ଠଠ%) କିଣିବା ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡିଛି ।
ମସ୍କ କହିଛନ୍ତି, ଟ୍ୱିଟର ପ୍ଲାଟଫର୍ମରେ ଅସାଧାରଣ କ୍ଷମତା ରହିଛି । କିନ୍ତୁ ଏହାକୁ ବିଭିନ୍ନ ସାମାଜିକ ବନ୍ଧନ ଆଳରେ ସଂକୁଚିତ କରିଦିଆଯାଉଛି । ଏହାକୁ ବ୍ୟକ୍ତିବିଶେଷଙ୍କ ସ୍ୱାଧୀନ ଚିନ୍ତାଧାରା, ଅନୁରକ୍ତି, ବକ୍ତବ୍ୟକୁ ସମାଜ ସମ୍ମୁଖରେ ରଖିବାର ଏକ ମାଧ୍ୟମ ଭାବେ ବ୍ୟବହାର କରାଯାଇପାରିଲେ ଉନ୍ନତ ସମାଜ ପାଇଁ ଟ୍ୱିଟର ଏକ ବଡ଼ ଅସ୍ତ୍ର ସାବ୍ୟସ୍ତ ହୋଇପାରନ୍ତା । ସାଧାରଣ ବ୍ୟକ୍ତିଙ୍କୁ ବାକ୍ ସ୍ୱାଧୀନତା ମିିଳିବା ଉଚିତ୍ ବୋଲି ସେ ବିଶ୍ୱାସ କରନ୍ତି । ମସ୍କଙ୍କ କହିବାନୁସାରେ ସାଧାରଣ ନାଗରିକ ମୁକ୍ତ ଭାବେ ସ୍ୱର ଉତ୍ତୋଳନ କରିବା ବା ବାକ୍ ସ୍ୱାଧୀନତା ଯେକୌଣସି ଦେଶର କାର୍ଯ୍ୟକାରୀ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ବର୍ତ୍ତମାନ ସମୟରେ ଏକ ପ୍ରମୁଖ ସାମାଜିକ ଆବଶ୍ୟକତା ପାଲଟିଯାଇଛି । ସାମାଜିକ କଟକଣା ଯୋଗୁ ସର୍ବସାଧାରଣରେ ଅନେକ ଲୋକ କିଛି କହିପାରୁନଥିବା ବେଳେ ଏପ୍ରକାର ଏକ ପ୍ଲାଟଫର୍ମର ଆବଶ୍ୟକତା ଥିବା ସେ ଅନୁଭବ କରିବା ପରେ ଟ୍ୱିଟରରେ ନିବେଶ କରିବାକୁ ଚିନ୍ତା କରିଥିଲେ । ମାତ୍ର ନିବେଶ କରିବା ପରେ ସେ ଅନୁଭବ କରିଥିଲେ ଯେ, ବାସ୍ତବରେ ଟ୍ୱିଟର ନିଜ କ୍ଷମତା ଅନୁଯାୟୀ କାର୍ଯ୍ୟ କରିପାରୁନାହିଁ । ଏଠାରେ ମଧ୍ୟ ସାମାଜିକ କଟକଣାର ପ୍ରଭାବ ରହୁଥିବା ସେ ଅନୁଭବ କରିଛନ୍ତି । ଟ୍ୱିଟର ଚାହିଁ କରି ମଧ୍ୟ ମୁକ୍ତ ଭାବେ କାର୍ଯ୍ୟ କରିପାରୁନାହିଁ । ସୁତରାଂ ସେ ସେ ଏବେ ଟ୍ୱିଟରର ଶତ ପ୍ରତିଶତ (୧ଠଠ%) ସେୟାର କିଣିନେବାକୁ ପ୍ରସ୍ତାବ ଦେଇଛନ୍ତି । ସବୁକିଛି ନିଷ୍ପତ୍ତି ସେ ଟ୍ୱିଟର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ଉପରେ ଛାଡିଦେଇଛନ୍ତି । ଯଦି ଟ୍ୱିଟର ଏଥିରେ ରାଜି ନହୁଏ ତେବେ ସେ ଟ୍ୱିଟରର କ୍ରୟ କରିଥିବା ୯.୨% ଭାଗିଦାରୀ ଉପରେ ପୁନର୍ବିଚାର କରିବାକୁ ବାଧ୍ୟ ହେବେ ବୋଲି ଏକରକମ ଚେତାବନୀ ଦେଇଥିବା ଏଲନ୍ ମସ୍କଙ୍କ କହିବାନୁସାରେ ଯଦି ଟ୍ୱିଟରର ମାଲିକାନା ତାଙ୍କୁ ମିଳେ ତେବେ ସେ ଏଥିରେ ଥିବା ସବୁ ନିୟମ, କଟକଣା, ସାମାଜିକ ପ୍ରତିବନ୍ଧନକୁ ହଟାଇଦେବେ ଯାହାଦ୍ୱାରା ପ୍ରତ୍ୟେକ୍ତ ବ୍ୟକ୍ତିଙ୍କୁ ବାକ୍ ସ୍ୱାଧୀନତା ମିଳିପାରିବ । ଏଥିସହ ସେ ଟ୍ୱିଟର୍ର ସେୟାର୍ ମୂଲ୍ୟ ବୃଦ୍ଧି ଲୋଭ ଦେଖାଇଛନ୍ତି ।
ଅନ୍ୟପକ୍ଷେ ଟ୍ୱିଟର ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ବୋର୍ଡ ଅଫ୍ ଡାଇରେକ୍ଟର୍ସ, କମ୍ପାନୀ ଏବଂ ସମସ୍ତ ଟ୍ୱିଟର ଷ୍ଟକ୍ହୋଲ୍ଡର୍ସଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯାହା କିଛି ନିଷ୍ପତ୍ତି ନେବ । ପ୍ରଥମେ ଏଲନ୍ ମସ୍କଙ୍କ ନନ୍ ବାଇଡିଂ ଏଗ୍ରିମେଣ୍ଟର ମୂଲ୍ୟାଙ୍କନ କରାଯିବ । ଭାରତୀୟ ସମୟ ଗୁରୁବାର ସନ୍ଧ୍ୟା ୭.୩ଠରେ ଟ୍ୱିଟର ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକ ଅନୁଷ୍ଠିତ ହୋଇଥିବା ସମ୍ପର୍କରେ ସୂଚନା ମିଳଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *