ଜଳିଗଲା ଶହ ଶହ ଏକର ଜଙ୍ଗଲ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଗଦାଶିଳା ଫରେଷ୍ଟ ସେକସନ ଅନ୍ତର୍ଗତ ଶଙ୍କରପ୍ରତାପପୁର ନିକଟସ୍ଥ ଜଙ୍ଗଲରେ ଶହ ଶହ ଏକର ଜଙ୍ଗଳ ଜଳିଯାଇଛି । ଜଙ୍ଗଲ ନିକଟରୁ ମାତ୍ର ୧ କିଲୋମିଟର ଦୂରରେ ଗଦାଶିଳା ଫରେଷ୍ଟ ଅଫିସ ରହିଥିବା ବେଳେ ଫରେଷ୍ଟର ଏବଂ ବନବିଭାଗ କର୍ମଚାରୀମାନେ ନିରବଦ୍ରଷ୍ଟା ସାଜିଥିବାର ଜଣାପଡିଛି ।
ଗଦାଶିଳା ଫରେଷ୍ଟସେକସନ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ବେଗା ନାଳ ନିକଟରେ ରହିଛି ବିଶାଳ ଶାଳ ଜଙ୍ଗଲ ।ଏହି ଜଙ୍ଗଲରେ ହାତୀମାନଙ୍କ ସହିତ ଅନ୍ୟାନ୍ୟ ଜୀବ ଜନ୍ତୁ ରହିଥାନ୍ତି । ଗୁରୁବାର ଦିନ କୌଣସି ଦୁର୍ବୁତ୍ତ ଏହିଜଙ୍ଗଲରେ ନିଅାଁ ଲଗାଇଦେବା ଫଳରେ ଶହ ଶହ ଏକର ଜଙ୍ଗଲ ଜଳିପୋଡି ଛାରଖାର ହୋଇଯାଇଛି । ଚାଇଁପୁର-ସୋରତ ରାସ୍ତା ପାଶ୍ୱର୍ରେ ଏହି ନିଅାଁ ଲାଗିଥିବାବେଳେ ଏହାକୁ ଆୟତ କରିବା ପାଇଁ କୌଣସି ବନକର୍ମଚାରୀ ଘଟଣା ସ୍ଥଳରେ ସନ୍ଧ୍ୟା ସୁଦ୍ଧା ପହଞ୍ଚି ନଥିବାର ଜଣାପଡିଛି । ବନବିଭାଗର ତରଫରୁ ବିଭିନ୍ନ ସ୍ଥାନରେ ଫାୟାର ଲାଇନ କରାଯାଇ ଜଙ୍ଗଲ ନିଅାଁକୁ ଆୟତ କରିବା ପାଇଁ ସ୍ୱତନ୍ତ୍ରଟିମ ଏବଂ ସ୍କ୍ୱାର୍ଡ ଗଠନ କରାଯାଇଥିଲେ ମଧ୍ୟ ତାହା କେବଳ ନାମକୁ ମାତ୍ର ବୋଲି ଜଣାପଡିଛି । ଦିନ ତମାମ ଜଙ୍ଗଲ ଜଳୁଥିଲେ ମଧ୍ୟ ଗଦାଶିଳା ଫରେଷ୍ଟ ସେକସନ କାର୍ଯ୍ୟାଳୟରେ କୌଣସି କର୍ମଚାରୀ ନଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟାଳୟରେ ଥିବା ଫରେଷ୍ଟର କାର୍ଯର୍୍ୟାଳୟରେ ରହୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବନଖଣ୍ଡ ଅଧିକାରୀ ଜଙ୍ଗଲ ନିଅାଁକୁ ଆୟତ୍ତ କରିବା ପାଇଁ ବାରମ୍ବାର ଚେତାବନୀ ଦେଉଥିବାବେଳେ ଗଦାଶିଳା ଫରେଷ୍ଟ ସେକସନ କୌଣସି ପଦକ୍ଷେପ ନେବା ତ ଦୂରର କଥା ପାଟ୍ରୋଲିଂ କରୁନଥିବାରୁ କାଠ ଚୋରି ସହିତ ଜଙ୍ଗଲ ନିଅାଁ ଯୋଗୁ ଜଙ୍ଗଲ ନଷ୍ଟ ହେଉଛି ।