ରଣବୀର-ଆଲିଆଙ୍କ ନୂଆ ଇନିଂସ୍

ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବଲିଉଡ୍ର ହିଟ୍ ଲଭ୍ବାର୍ଡ ପରସ୍ପରର ହାତ ଧରିଛନ୍ତି । ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାତ ଜନ୍ମର ସାଥୀ ହୋଇଯାଇଛନ୍ତି । ୫ ବର୍ଷ ଧରି ଡେଟିଂରେ ରହିବା ପରେ ରଣବୀର-ଆଲିଆ ‘ରଲିଆ’ ନାଁରେ ବାନ୍ଧି ହୋଇଯାଇଛନ୍ତି । ପରିବାର ତଥା ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ଖୁବ୍ ଧୂମ୍ଧାମରେ ରଣବୀରଙ୍କ ଘର ‘ବାସ୍ତୁ ଭବନ’ରେ ଏହି ଯୋଡ଼ିଙ୍କ ବିବାହ ସମ୍ପନ୍ନ ହୋଇଥିଲା । ମାତ୍ର ବିବାହକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ରଖିବା ପାଇଁ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ବାହାଘରର କିଛି ଘଣ୍ଟା ପରେ ସେମାନଙ୍କ ପରିବାର ପକ୍ଷରୁ ବିବାହ ବେଳର ସ୍ମରଣୀୟ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଥିଲା । ସବ୍ୟସାଚୀଙ୍କ ଗୋଲ୍ଡେନ୍ ରଙ୍ଗର ଲେହେଙ୍ଗା ଆଲିଆ ବେଶ୍ ସୁନ୍ଦର ଦିଶୁଥିବାବେଳେ ରଣବୀର ମଧ୍ୟ ସେହି ରଙ୍ଗର ଶେର୍ୱାନୀ ପିନ୍ଧି ବର ବେଶରେ ମଣ୍ଡପରେ ପହଞ୍ଚିଥିଲେ । ବୁଧବାର ରଣବୀର-ଆଲିଆଙ୍କର ମେହେନ୍ଦୀ ଉତ୍ସବ ହୋଇଥିବାବେଳେ ପୂର୍ବରୁ ସେମାନଙ୍କର ବାହାଘର ତାରିଖକୁ ସିକ୍ରେଟ୍ ରଖାଯାଇଥିଲା । ତେବେ ଇଣ୍ଡଷ୍ଟି୍ରର ଏହି ଗ୍ରାଣ୍ଡ୍ ପାର୍ଟିରେ କରଣ ଜୋହର୍, କରୀନା କପୁର, ସୈଫ୍ ଅଲ୍ଲୀ ଖାନ୍, ନବ୍ୟା ନବେଲୀ ନନ୍ଦା, ରିଦ୍ଧିମା କପୁର, କରିସ୍ମା କପୁର, ରଣଧୀର କପୁରଙ୍କ ସମେତ ବହୁ ତାରକାଙ୍କୁ ଦେଖିବାକୁ ମିଳିଥିଲା । ରଣବୀରଙ୍କ ମାଆ ନୀତୁ କପୁରଙ୍କ ଗ୍ଲାମର୍ସ ଗେଟ୍ଅପ୍ ସମସ୍ତଙ୍କୁ ଆକୃଷ୍ଟ କରୁଥିବାବେଳେ ରିଷି କପୁରଙ୍କ ଉପସ୍ଥିତି ପାଇଁ ବିଶାଳକାୟ ଫଟୋ ଫୁଲରେ ସଜା ହୋଇରହିଥିଲା । ସେମାନଙ୍କ ନିକଟ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ, ଉଭୟେ ରିସେପ୍ସନ୍ ପାର୍ଟିର ଆୟୋଜନ କରିବେ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *