ତାଲା ପକାଇ ନିଅାଁ ଲଗାଇଲେ ଦୁର୍ବୃତ୍ତ

ଘରେ ଶୋଇଥିଲେ ପରିବାରର ୭ ସଦସ୍ୟ
ଭଦ୍ରକ (ଆପ୍ର): ଜମିବାଡ଼ି ବିବାଦ ଶେଷରେ ଭୟଙ୍କର ରୂପ ନେଇଛି । ପରିବାରର ସମସ୍ତ ସଦସ୍ୟ ନିଦରେ ଶୋଇଥିବା ବେଳେ ବାହରପଟୁ ତାଲା ଦେଇ ଘରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ସୌଭାଗ୍ୟବଶଃତ ଘରର ଝରକା ଭାଙ୍ଗି ସମସ୍ତ ସଦସ୍ୟ ରକ୍ଷା ପାଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ସୁନା ରୁପା ପୋଡ଼ି ପାଉଁଶ ହୋଇଯାଇଛି । ଗତ ବିଳମ୍ବିତ ରାତିରେ ଭଦ୍ରକ ଟାଉନ୍ ଥାନା ଗବସାହିରେ ଏହି ଅମାନବୀୟ ଘଟଣା ଘଟିଛି ।
ଗବସାହି ଅଞ୍ଚଳର ସୁଦର୍ଶନ ଦାସଙ୍କ ସମେତ ତାଙ୍କ ପରିବାରର ୭ ସଦସ୍ୟ ଘରେ ଶୋଇଥିଲେ । ହଠାତ୍ ନିଦ ଭାଙ୍ଗିବାରୁ ଘର ହୁତୁହୁତୁ ହୋଇ ଜଳୁଥିବା ଦେଖି କବାଟ ଖୋଲିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ବାହାରୁ ବନ୍ଦ ଥିବାରୁ ଝରକା ତାଡ଼ି ସମସ୍ତେ ବାହାରକୁ ଆସିଥିଲେ । ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସୁଦର୍ଶନଙ୍କ ପରିବାର ଲୋକ । ଟାଉନ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।
ସୁଦର୍ଶନଙ୍କ ପତ୍ନୀ ବୀଣାପାଣି କହିଛନ୍ତି, ରାତି ପ୍ରାୟ ୩ଟାରେ ଘରେ ଧୂଅାଁ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ସମସ୍ତେ ଝରକା ଭାଙ୍ଗି ଜୀବନ ବଞ୍ଚାଇଲେ । ଝିଅ ବାହାଘର ପାଇଁ ରଖାଯାଇଥିବା ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *