ଚାପୁଡ଼ା ମାରି ତହସିଲଦାର ଅଟକ

ଗଞ୍ଜାମ(ଆପ୍ର): ଜଣେ ସରକାରୀ ଅଧିକାରୀ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ସ୍ପଷ୍ଟ ସରକାରୀ ନିଦେ୍ର୍ଦଶନାମା ରହିଛି । ହେଲେ କିଛି ଅଧିକାରୀ ଅହଂର ବଶବର୍ତ୍ତୀ ହୋଇ ଦୁର୍ବ୍ୟବହାର କରୁୂଛନ୍ତି । ଗଞ୍ଜାମ ତହସିଲଦାର ବିନା କାରଣରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଥିବା ଅଭଯୋଗ ହେବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଜେଆର୍ଜେପୁର ପଞ୍ଚାୟତ ସିପକୁଦା ଗ୍ରାମରେ ତହସିଲଦାର ଅରୁଣ କୁମାର ନାୟକଙ୍କୁ ଅଞ୍ଚଳବାସୀ ଘେରିବା ସହିତ କୈଫୟତ ମାଗିଛନ୍ତି ।
ତହସିଲଦାର ଶ୍ରୀ ନାୟକ ସରକାରୀ ଗାଡ଼ିରେ ଦ୍ରୁତଗତିରେ ସିପକୁଦା ଦେଇ ଯାଉଥିବା ସମୟରେ ବିଲରୁ ଫେରୁଥିବା ଅରଣ୍ୟ ନାହାକ ହାତମାରି ଧୀରେ ଚଲାଇବାକୁ କହିଥିଲେ । କିଛି ଦୂର ଚାଲିଯାଇଥିବା ଗାଡ଼ି ପୁଣି ପଛକୁ ଫେରିଥିଲା ଓ ତହସିଲଦାର ଅରଣ୍ୟଙ୍କୁ ଗାଳି କରିବା ସହିତ ଚାପୁଡ଼ା ମାରିଥିଲେ । ଅରଣ୍ୟ ଗ୍ରାମବାସୀଙ୍କୁ ଖବର ଦେବାରୁ ଲୋକେ ଉତ୍ତେଜିତ ହୋଇ ତହସିଲଦାରଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ରମ୍ଭା ପୁଲିସ୍ ପହଞ୍ଚô ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ତହସିଲଦାରଙ୍କୁୂ ଉଦ୍ଧାର କରିଥିଲେ ।
ଏନେଇ ତହସିଲଦାର କହିଛନ୍ତି, ରାସ୍ତାରେ ଯାଉଥିବା ସମୟରେ ଉକ୍ତ ଗ୍ରାମର ୨ଜଣ ନିଶାସକ୍ତ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ରମ୍ଭା ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିବା ସେ କହିଛନ୍ତି । ଅର୍ନ୍ୟପକ୍ଷରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଶ୍ରୀ ନାୟକ ପୁରୁଷୋତ୍ତମପୁରରେ ତହସିଲଦାର ଥିବାବେଳେ ଅନ୍ତରି ଗ୍ରାମରେ ଜଣେ ଯୁବକଙ୍କୁ ମାଡ଼ ମାରି ଅଞ୍ଚଳବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *