କୁସୁପୁର ଗଣହତ୍ୟା: ଏକାଠି ଜଳିଲା ଜୁଇ
କଟକ / ମାହାଙ୍ଗା (ବୁ୍ୟରୋ): ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କୁଶପୁର ଗଣହତ୍ୟାର ଶିକାର ୫ଜଣଙ୍କ ପୋଷ୍ଟମର୍ଟମ କରାଯାଇ କଟକର କାଳିଆବୋଦା ଶ୍ମଶାନରେ ସମୂହ ଦାହ କରାଯାଇଛି । ସେପଟେ ଆତ୍ମସମର୍ପଣ କରିଥିବା ଅଭିଯୁକ୍ତ ଶିବକୁ କୋର୍ଟ ·ଲାଣ କରାଯିବା ସହିତ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଅଣାଯିବ ବୋଲି କଟକ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ କୁହାଯାଇଛି । ଶିବ ନରସଂହାର ଘଟାଉଥିବା ସମୟରେ ତା’ ପତ୍ନୀ ଓ ଝିଅ ଅନ୍ୟ ଘରେ ଉପସ୍ଥିତ ଥିବା ଜଣା ପଡ଼ିବା ପରେ ମାମଲା ଭିନ୍ନ ମୋଡ ନେଇଛି ।
ଗୋଟିଏ ଘରେ ଶୋଇଥିବା ଅବସ୍ଥାରେ ହତ୍ୟାର ଶିକାର ହେଲେ, ଗୋଟିଏ ସ୍ଥାନରେ ସମସ୍ତଙ୍କ ପୋଷ୍ଟ ମଟମ ହେଲା ଏବଂ ସମସ୍ତଙ୍କ ଜୁଇ ମଧ୍ୟ ଗୋଟିଏ ସ୍ଥାନରେ ହିଁ ଜଳିଲା । ଅଲେଖ ସାହୁ, ପତ୍ନୀ ରଶ୍ମୀରେଖା ଓ ୩ ପିଲାଙ୍କ ଜୁଇ ଜଳୁଥିବାର ଦୃଶ୍ୟ ଯେତିକି କୋହଭରା ସେଥିକି ହୃଦୟବିଦାରକ । ତେବେ ଶିବ ପକ୍ଷରେ ଏକୁଟିଆ ହତ୍ୟାକାଣ୍ଡ ଘଟାଇବା ସମ୍ଭବପର ନୂହେଁ । ଏଥିରେ ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଆତ୍ମୀୟସ୍ୱଜନ ।
ପୋଷ୍ଟମଟମ ରିପୋର୍ଟରୁ ହତ୍ୟାକାଣ୍ଡ ସମ୍ପର୍କରେ କିଛି ଖିଅ ମଳିବ ବୋଲି ପୁଲିସ ଆଶା ରଖିଛି । ଘଟଣା ଦିନ ରାତିରେ ଶିବର ପତ୍ନୀ ଓ ଝିଅ ଅଲେଖଙ୍କ ପରିବାର ସହ ଗୋଟିଏ ଘରେ ଥିଲେ । କିନ୍ତୁ ଦୁହିଁଙ୍କୁ ଅନ୍ୟ ରୁମରେ ବନ୍ଦ କରି ଶିବ ନର ସଂହାର ଘଟାଇ୍ଥିବା ପତ୍ନୀ କହିଛନ୍ତି ।