ଅଂଶୁଘାତ ‘ଶୂନ’ ମୃତୁ୍ୟକୁ ଗୁରୁତ୍ୱ

ଭଦ୍ରକ (ଆପ୍ର): ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀଙ୍କୁ ନେଇ ଗ୍ରୀଷ୍ମ ପ୍ରବାହ ବା ଅଂଶୁଘାତ ମୁକାବିଲା ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ତ୍ରିଲୋଚନ ମାଝୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କର୍ମଶାଳାକୁ ଉଦ୍ଘାଟନ କରିବା ସହିତ ଅଂଶୁଘାତ ଜନିତ ଦୁର୍ଘଟଣାରେ ଜଣେ ହେଲେ ବି ଯେପରି ଜିଲ୍ଲାରେ ମୃତୁ୍ୟବରଣ ନ କରନ୍ତି ସେ ଦିଗରେ ଯଥେଷ୍ଟ ନଜର ରଖିବାକୁ ଉପସ୍ଥିତ ସମସ୍ତ ବିଡିଓ, ତହସିଲଦାର ଓ ସଂପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଗ୍ରୀଷ୍ମ ପ୍ରବାହ ପରିଚାଳନାରେ ପାଣି ସବୁଠୁ ଗୁରୁତ୍ୱପୂର୍ଣ୍ଣ, ନିରବିଚ୍ଛିନ୍ନ ଭାବେ ପାନୀୟ ଜଳ ଯୋଗାଣ ଆବଶ୍ୟକ । ଜଳ କ୍ଲିଷ୍ଟତା ବା ଅଂଶୁଘାତଜନିତ ଯେ କୌଣସି ଖବର ପାଇଲାମାତ୍ରେ ତା’ର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଥିଲେ । କେବଳ କର୍ମଶାଳା କରିଦେଲେ ଚଳିବ ନାହିଁ, କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ପାଇଁ ପ୍ରଯନôଶୀଳ ହେବା ଆବଶ୍ୟକ ବୋଲି ସେ କହିଥିଲେ । ଜିଲ୍ଲା ଜରୁରିକାଳୀନ ଅଧିକାରୀ ମନୋରମା ଜାଲିଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଦୃଶ୍ୟଶ୍ରାବ୍ୟ ଫଳକ ଜରିଆରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ, ଭଦ୍ରକ ମୁଖ୍ୟ ଡାକ୍ତରଖାନାର ଭେଷଜ ବିଶେଷଜ୍ଞ ଡା. ମୀନକେତନ ମହାନ୍ତି ଅଂଶୁଘାତ ମୁକାବିଲା ନେଇ ବିଭିନ୍ନ ସମସ୍ୟା, କାରଣ, ନିରାକରଣ, ପ୍ରାଥମିକ ଚିକିସôା, ଡାକ୍ତରଖାନାରେ ଥିବା ସ୍ୱତନ୍ତ୍ର କକ୍ଷ ଓ ଚିକିସôା ବ୍ୟବସ୍ଥା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ଯଥେଷ୍ଟ ପାଣି ପିଇବା, ଛାଇରେ ରହିବା, ଖରାରେ ବାହାରକୁ ବାହାରିବା ନାହିଁ, ବାହାରିଲେ ପାଦରେ ଜୋତା ମୁଣ୍ଡ ଉପରେ ଛତା ଓ ସାଙ୍ଗରେ ପାଣି ବୋତଲ ଧରିବା ନେଇ ଜନ ସଚେତନତା ରହିଲେ ଅଂଶୁଘାତ ନେଇ ଶୂନ ମୃତୁ୍ୟ ସଂଖ୍ୟା ଅଭିଯାନ ସଫଳ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ଅଂଶୁଘାତ ଜନିତ ମୃତୁ୍ୟ ଘଟଣା ଘଟିଲେ ଆଞ୍ଚଳିକ ତହସିଲଦାର ଓ ଡାକ୍ତରଙ୍କ ଦ୍ୱାରା ଯୁଗ୍ମ ତଦନ୍ତ ଆଧାରରେ ପ୍ରାଥମିକ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଶବ ବ୍ୟବଚ୍ଛେଦ ସହ ଚୂଡ଼ାନ୍ତ ରିପୋର୍ଟ ୪୮ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ପ୍ରଦାନ କରାଯିବ ଏବଂ ଅଂଶୁଘାତ ଜନିତ ମୃତୁ୍ୟ ଘଟଣାରେ ମୃତକର ଉତ୍ତରାଧିକାରୀଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ ବ୍ୟବସ୍ଥା ସମ୍ବନ୍ଧରେ ଜରୁରିକାଳୀନ ଅଧିକାରୀ ସୂଚନା ଦେଇଥିଲେ । ବାତ୍ୟା, ବନ୍ୟା, ଗ୍ରୀଷ୍ମ ପ୍ରବାହ, ମରୁଡ଼ି, ସୁନାମି ପରିଚାଳନା ସମ୍ବଳିତ ସ୍ୱତନ୍ତ୍ର ମାର୍ଗଦର୍ଶିକା ପୁସ୍ତକ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *