ଅସ୍ତରଙ୍ଗରେ ତୈଳ ଓ ଗ୍ୟାସ୍ ସନ୍ଧାନ

ଅସ୍ତରଙ୍ଗ (ଆପ୍ର): ଅସ୍ତରଙ୍ଗ ଅଞ୍ଚଳରୁ ତେଲ ଖଣି ସନ୍ଧାନ ମିଳିବା ପରେ ଉତ୍ତୋଳନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସାଇଙ୍ଗା ପାଟଣାର ଗହୀରରେ ଉତ୍ତୋଳନ ନିମିତ୍ତ ସ୍ଥାନ ଚିହ୍ନଟ କରାଯିବା ପରେ ରାସ୍ତା ନିର୍ମାଣ, ବିଦୁ୍ୟତୀକରଣ ଇତ୍ୟାଦି ପାଇଁ ଉଦ୍ୟମ ଚାଲିଛି । ଅସ୍ତରଙ୍ଗ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାରୁ ମାଣ୍ଡୁକି ଦେଇ ସାଇଙ୍ଗା ପାଟଣା ମୌଜା ପର୍ଯ୍ୟନ୍ତ ଅଏଲ ଇଣ୍ଡିଆ ପକ୍ଷରୁ ରାସ୍ତା ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି ।
ଅସ୍ତରଙ୍ଗ ଉପକୂଳର କରାଳ ଓ ରାଇବେରୁଆଁ ମଧ୍ୟରେ ତେଲ ଖଣି ଥିବା ପ୍ରାୟ ୩୦ ବର୍ଷ ତଳେ କରାଯାଇଥିବା ସର୍ଭେରୁ ସୂଚନା ମିଳିଥିଲା । ଅଏଲ୍ ଇଣ୍ଡିଆ ପକ୍ଷରୁ ପ୍ରାୟ ୧୦ ଏକର ଜମି ଅଧିଗ୍ରହଣ କରାଯାଇ ପ୍ରକଳ୍ପ ସ୍ଥଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା । ତେବେ ଖର୍ଚ୍ଚ ମୁତାବକ ତେଲ ମିଳିବନି ବୋଲି ଜଣାପଡ଼ିବାରୁ ତାହା ବନ୍ଦ କରାଯାଇଥିଲା । ସଂପ୍ରତି ସାଇଙ୍ଗା ପାଟଣାରୁ ତୈଳର ସନ୍ଧାନ ପରେ ଉତ୍ପାଦନ ନିମିତ୍ତ ଉଦ୍ୟମ ତ୍ୱରାନ୍ୱିତ ହେବାରୁ ଅସ୍ତରଙ୍ଗ ଅଞ୍ଚଳ ପାଇଁ ନୂଆ ଆଶାର ଆଲୋକ ସୃଷ୍ଟି ହୋଇଛି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇଓସିଏଲ୍ ପକ୍ଷରୁ ୧୦ ଏକର ଜାଗା ଅଧିଗ୍ରହଣ କରାଯିବାକୁ ସ୍ଥିର ହୋଇଛି । ଏକ ସ୍ଥାନରେ ବୋରିଂ କରାଯାଇ ଉତ୍ତୋଳନ ନିମିତ୍ତ ଚିହ୍ନ ଦିଆଯାଇଛି । ଅନ୍ୟପକ୍ଷରେ ଅଧିଗ୍ରହଣ ପୂର୍ବରୁ ଜମି ମାଲିକମାନେ ମାଟି ତାଡି ବିକ୍ରି କରିବାରେ ଲାଗିଛନ୍ତି । ଗତ ମାର୍ଚ୍ଚରେ ଦେବୀ ମୁହାଣଠାରୁ ଗଭୀର ସମୁଦ୍ରରେ ଓଏନ୍ଜିସି ପକ୍ଷରୁ ସର୍ବେକ୍ଷଣ କରାଯାଇଥିଲା । ଏହା ପରେ ସ୍ଥଳ ଭାଗରେ ବୋରିଂ, ବ୍ଲାଷ୍ଟିଙ୍ଗ ଇତ୍ୟାଦି ଦ୍ୱାରା ଅନୁସନ୍ଧାନ କରାଯାଇଥିଲା । ତୈଳତୈଳ ଖଣି ଠାବ ହେବା ପରେ ସ୍ଥାନୀୟ ଲୋକଙ୍କର ଉକ୍ରଣ୍ଠା ବୃଦ୍ଧି ପାଇଛି । ତେବେ କେବେ ସୁଦ୍ଧା ତୈଳ ଉତ୍ତୋଳନ ହେବ ସେ ନେଇ କିଛି ସୂଚନା ମିଳିନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *