ଉଦ୍ଧାର ଅଭିଯାନ ଶେଷ, ମୃତୁ୍ୟ ସଂଖ୍ୟା ୪କୁ ବୃଦ୍ଧି

ଦେଓଘର ରୋପ୍ ୱେ ଅଘଟଣ
ରାଞ୍ଚô (ଏଜେନ୍ସି): ଝାଡଖଣ୍ଡ ରୋପୱେ ଦୁର୍ଘଟଣାକୁ ତିନି ଦିନ ବିତିଥିବା ବେଳେ ଉଦ୍ଧାର ପ୍ରକ୍ରିୟା ଶେଷ ହୋଇଛି । ଉଦ୍ଧାର ଅଭିଯାନରେ ଭାରତୀୟ ସେନାକୁ ନିୟୋଜିତ କରାଯାଇଥିଲା । ସେନା ଯବାନମାନେ ରୋପ୍ ୱେରେ ଫସିରହିଥିବା ଯାତ୍ରୀଙ୍କୁ ଡ୍ରୋନ୍ ଯୋଗେ ଖାଦ୍ୟ ପାନୀୟ ଯୋଗାଇବା ସହ ଉଦ୍ଧାର ପ୍ରକ୍ରିୟା ଜାରି ରଖିଥିଲେ । ତେବେ ମଙ୍ଗଳବାର ଜଣେ ମହିଳାଙ୍କୁ ଉଦ୍ଧାର କରିବା ସମୟରେ ସେ ହାତ ଛାଡିଦେବାରୁ ୧୫ଠଠ ଫୁଟ୍ ତଳକୁ ଦୁର୍ଭାଗ୍ୟବଶତଃ ଖସିପଡିଥଲେ ଏବଂ ତାଙ୍କର ମୃତୁ୍ୟ ହୋଇଥିବା ଜଣାପଡିଛି । ସୁତରାଂ ରୋପ୍ ୱେ ଟ୍ରାଜେଡିରେ ମୋଟ୍ ମୃତୁ୍ୟ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *