୨.୫ କୋଟିର ବିଜୁ ଆଡ୍ଭେଞ୍ଚର୍ ପାର୍କ ଉଦ୍ଘାଟିତ
ପର୍ଯ୍ୟଟନ କ୍ଷେତ୍ରରେ ଆଉ ପାଦେ
ବ୍ରହ୍ମପୁର (ବୁ୍ୟରୋ): ଗୋପାଳପୁର ବେଳାଭୂମିରେ ୨.୫କୋଟି ଟଙ୍କା ବ୍ୟୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ନିର୍ମାଣ କରାଯାଇଥିବା ବିଜୁ ଆଡ୍ଭେଞ୍ଚର ପାର୍କକୁ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ୍, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ସିନେ୍ଧ ଦତାତ୍ରୟ ଭାଉସାହେବ, ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ, ଏନ୍ଏସି ଅଧ୍ୟକ୍ଷ ଏ.ଜାନକୀରାମ ପ୍ରମୁଖ ମଞ୍ଚାସୀନ ଥିଲେ ।
ଏହି ପାର୍କ ପରିସରରେ ବର୍ତ୍ତମାନ ୭ଟି ବିଭିନ୍ନ ପ୍ରକାର ଆଡଭେଞ୍ଚର ଖେଳ ଉପଲବ୍ଧ ରହିଛି । ଏଥିମଧ୍ୟରେ ରହିଛି ଜିପ୍ ଲାଇନ୍, ଇର ଗନ୍, ବୋଫଲ ରାଇଡିଂ, ଡନଲପ ଜମ୍ପିଂ, ରେଷ୍ଟୁରାଣ୍ଟ, ରୋପ ସ୍ୱିମିଂ ଭଳି ବିଭିନ୍ନ ପ୍ରକାର ଆମୋଦ ପ୍ରମୋଦ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ନିମନ୍ତେ ଉପଲବ୍ଧ କରାଯାଇଛି । ମୁମ୍ବାଇର ଏକ ସଂସ୍ଥା ଏହାର ନିର୍ମାଣ କାର୍ଯ୍ୟ ନେଇଥିବା ବେଳେ ପ୍ରାୟ ୨.୫କୋଟି ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଜଣାପଡିଛି । ବିଶେଷକରି ନଦୀ ଉପରେ ଜିପ୍ ଲାଇନ୍ ଓ ୪୦ ଫୁଟ ଉଚ୍ଚତାର ଜଏଣ୍ଟ ସୁଇଂ ବିଶେଷ ମନ ମୋହିବ । ଛୋଟ ପିଲାଙ୍କ ଠାରୁ ଆରମ୍ଭକରି ବଡ ଲୋକଙ୍କ ପାଇଁ ଖେଳ ସାମଗ୍ରୀ ରହିଛି । ଏହି ଅବସରରେ ଶ୍ରୀ ସାହୁ କହିଥିଲେ ଯେ, ଗୋପାଳପୁର ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଜରିଆରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି । ଆଗାମୀଦିନରେ ମଧ୍ୟ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବା ପାଇଁ ବହୁ ଉନ୍ନୟନମୂଳକ କାର୍ଯ୍ୟ କରାଯିବ । ସେହିପରି ଜିଲ୍ଲାପାଳ କହିଥିଲେ ଯେ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ପାର୍କ ନିର୍ମାଣ କରାଯାଇଛି । ଏହି ପାର୍କକୁ ରକ୍ଷଣବେକ୍ଷଣ ପାଇଁ ସ୍ଥାନୀୟ ଏନ୍ଏସିକୁ ଦାୟିତ୍ୱ ଦିଆଯାଇଛି ।
ପର୍ଯ୍ୟଟକମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଏହାର ମଜା ନିଅନ୍ତୁ ବୋଲି ସେ କହିଥିଲେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ସାମଗ୍ରୀ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ ଲାଗିବା ନିଶ୍ଚିତ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଆମୋଦ ପ୍ରମୋଦ ବ୍ୟବସ୍ଥା କରାଯାଇଥିବାରୁ ଗୋପାଳପୁର ବାସିନ୍ଦାଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସି ଉପାଧ୍ୟକ୍ଷା ବି.ଉମା, ସମାଜସେବୀ ଶିବରାମ ପାତ୍ରଙ୍କ ସମେତ ଏନ୍ଏସିର ସମସ୍ତ କାଉନ୍ସିଲର, କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।