ପାକ୍ରେ ଶରିଫ୍ ଶାସନ

ଇସ୍ଲାମାବାଦ,୧୧ା୪: ପାକିସ୍ତାନରେ ସପ୍ତାହେ ବ୍ୟାପୀ ଚାଲିଥିବା ରାଜନୈତିକ ସଙ୍କଟର ଅବସାନ ଘଟିଛି । ଇମ୍ରାନ୍ ସରକାରର ପତନ ପରେ ପାକିସ୍ତାନ ମୁସ୍ଲିମ୍ ଲିଗ୍-ନୱାଜ (ପିଏମ୍ଏଲ୍-ଏନ୍) ଅଧ୍ୟକ୍ଷ ଶହୱାଜ୍ ଶରିଫ୍ ସୋମବାର ନିର୍ବିରୋଧରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇ ଦେଶର ୨୩ତମ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଆରିଫ୍ ଅଲ୍ବି ଅଚାନକ ଅସୁସ୍ଥ ହୋଇପଡିବାରୁ ସିନେଟ୍ ଅଧ୍ୟକ୍ଷ ସାଦିକ୍ ସଂଜରାନୀ ଶପଥପାଠ କରାଇଥିଲେ ।
ସଂସଦ (ନ୍ୟାସନାଲ୍ ଆସେମ୍ଲି)ରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଇମ୍ରାନ୍୍ ଖାନ୍ଙ୍କ ପାର୍ଟି ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ)ର ସବୁ ସାଂସଦ ଇସ୍ତଫା ଦେଇଥିଲେ । ତା’ ସହିତ ପିଟିଆଇ ତରଫରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ପୂର୍ବତନ ବିଦେଶ ମନ୍ତ୍ରୀ ମହମୁଦ କୁ୍ୟରେଶୀ ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ଯାଇଥିଲେ । ଫଳତଃ ୧୭୪ ଭୋଟ୍ରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଶହୱାଜ ନିର୍ବାଚିତ ହୋଇଥିଲେ ।
ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସାଂସଦ ପଦରୁ ଇସ୍ତଫା ଦେଇ କହିଥିଲେ ସେ ଚୋରମାନଙ୍କ ଗହଣରେ ବସି ପାରିବେ ନାହିଁ । ତାଙ୍କ ଦଳର ସବୁ ସାଂସଦ ସୋମବାର କକ୍ଷତ୍ୟାଗ କରିବା ପରେ ସମୂହ ଇସ୍ତଫା ଦେଇଥିଲେ । ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଶହୱାଜ ଚୀନ୍କୁ ପାକିସ୍ତାନର ଉତ୍ତମ ବନ୍ଧୁ ଆଖ୍ୟା ଦେଇଛନ୍ତି । ଭାରତ ସହ ସୁସମ୍ପର୍କ ସ୍ଥାପନ ଲାଗି ସେ ଆଗ୍ରହ ପ୍ରକାଶ କରିଥିଲେହେଁ କାଶ୍ମୀର ପ୍ରସଙ୍ଗର ସମାଧାନ ବିନା ତାହା ସମ୍ଭବ ନୁହେଁ ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *