୩ ମୃତ, ୩୩ ଉଦ୍ଧାର, ଝୁଲି ରହିଛନ୍ତି ୧୪

ଦେଓଘର ତ୍ରିକୂଟ ରୋପ୍ୱେ ଦୁର୍ଘଟଣା
ଦେଓଘର (ଝାଡଖଣ୍ଡ),୧୧ା୪: ତି୍ରକୁଟ ପାହାଡ଼ର ରୋପ୍ୱେରେ ରବିବାର ହୋଇଥିବା ଦୁର୍ଘଟଣାରେ ୩ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ସୋମବାର ସନ୍ଧ୍ୟା ସୁଦ୍ଧା ୩୩ ଜଣଙ୍କୁ ଉଦ୍ଧାର କରାଯାଇଥିଲେହେଁ ଆହୁରି ୧୪ ଜଣ ରୋପ୍ୱେ କ୍ୟାବିନ୍ରେ ଅଟକି ରହିଛନ୍ତି । ସୋମବାର ସନ୍ଧ୍ୟା ୬ଟାରେ ଅନ୍ଧାର ହୋଇଯିବାରୁ ରେସ୍କୁ୍ୟ ଅପରେସନ୍କୁ ରୋକି ଦିଆଯାଇଛି, ମଙ୍ଗଳବାର ସକାଳୁ ପୁଣି ଆରମ୍ଭ ହେବ । ଫସି ରହିଥିବା ସମସ୍ତ ପର୍ଯ୍ୟଟକଙ୍କୁ ଖାଦ୍ୟ ପୁଡ଼ିଆ ପାଣି ଇତ୍ୟାଦି ଡ୍ରୋନ୍ ମାଧ୍ୟମରେ ଯୋଗାଇ ଦିଆଯାଇଛି । ପ୍ରଶାସନର ଏକ ଟିମ୍ ରାତିସାରା ସେଠାରେ ଜଗି ରହିବେ ।
ସୋମବାର ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ସନ୍ଧ୍ୟା ୫.୩୦ରେ ଜଣେ ୪୮ ବର୍ଷୀୟ ପର୍ଯ୍ୟଟକ ହେଲିକପ୍ଟରକୁ ଚଢ଼ିବାବେଳେ ସେଫ୍ଟି ବେଲ୍ଟ ଛିଣ୍ଡିଯିବାରୁ ଦେଢ଼ ହଜାର ଫୁଟ ତଳକୁ ଖସି ପଡ଼ି ପ୍ରାଣ ହରାଇଥିଲେ । ସେ କ୍ୟାବିନ୍ ନଂ ୧୯ରେ ଥିଲେ । ତାଙ୍କ ପୂର୍ବରୁ ଅନ୍ୟ ଦୁଇଜଣଙ୍କର ମୃତୁ୍ୟ ହୋଇଥିଲା । ରବିବାର ଅପରାହ୍ଣ ୪ଟାରେ ଦୁର୍ଘଟଣା ଘଟିଥିଲା । ପାହାଡ଼ ଉପରେ ଥିବା ମନ୍ଦିର ଆଡ଼କୁ ରୋପ୍ୱେରେ ଏକ ସଙ୍ଗେ୨୪ଟି ଟ୍ରଲି ପଠାଯିବାରୁ ଲୋଡ୍ ବଢ଼ିଯିବା ଫଳରେ ରୋଲର୍ ଭାଙ୍ଗିଯାଇଥିଲା । ଏହି କାରଣରୁ ୩ଟି ଟ୍ରଲି ପାହାଡ଼ ସହ ଧକ୍କା ଖାଇ ୨ଟି ଟ୍ରଲି ତାଳକୁ ଖସିପଡ଼ିଥିଲା । ସେଥିରେ ୧୨ଜଣ ପର୍ଯ୍ୟଟକ ଆହତ ହୋଇଥିଲେ ଏବଂ ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତୁ୍ୟ ଘଟିଥିଲା । ଅବଶିଷ୍ଟ ଟ୍ରଲିଗୁଡ଼ିକର ପରସ୍ପର ସହ ଧକ୍କା ଲାଗିଥିଲା ।
ସୋମବାର ଦିନସାରା ବାୟୁସେନାର ୨ଟି ହେଲିକପ୍ଟର ଯୋଗେ କମାଣ୍ଡେମାନେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *