ଖୁବ୍ଶୀଘ୍ର ଆଉ ୨ ୟୁନିଟ୍ ଆଧୁନିକୀକରଣ

ବାଲିମେଳା ପାୱାର୍ ହାଉସ୍ର ୧ ନମ୍ବର ୟୁନିଟ୍ କାର୍ଯ୍ୟକ୍ଷମ
ଭୁବନେଶ୍ୱର (ବୁ୍ୟରୋ): ପୁନର୍ନିମାଣ ଓ ଆଧୁନିକୀକରଣ ପରେ ବାଲିମେଳା ପାୱାର ହାଉସ୍ର ୧ ନମ୍ବର ୟୁନିଟ୍ ପରୀକ୍ଷାମୂଳକ ଭାବେ ସମନ୍ୱିତ ହୋଇ କାର୍ଯ୍ୟ ଆରମ୍ଭ କରିଛି । ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବା ପରେ ଖୁବ୍ଶୀଘ୍ର ଏହି ଉତ୍ପାଦନ ୟୁନିଟ୍କୁ ବାଣିଜି୍ୟକ କାର୍ଯ୍ୟକଳାପ ନିମନ୍ତେ ସୁପ୍ରସ୍ତୁତ ବୋଲି ଘୋଷଣା କରାଯିବ । ୟୁନିଟ୍-୧ରେ ବର୍ତ୍ତମାନ ଡିଜିଟାଲ୍ ନିୟନ୍ତ୍ରଣ ବ୍ୟବସ୍ଥା, ସାଂଖି୍ୟକ ନିରାପତ୍ତା ଓ ସ୍କାଡ଼ା ବ୍ୟବସ୍ଥା ପରି ଅତ୍ୟାଧୁନିକ ବନେ୍ଦାବସ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବର ୨୯ ତାରିଖଠାରୁ ୟୁନିଟ୍-୨କୁ ପୁନରୁଦ୍ଧାର ଓ ଆଧୁନିକୀକରଣ ପରେ କାର୍ଯ୍ୟକ୍ଷମ କରାଯାଇଥିଲା ।
ମାଲକାନଗିରି ବାଲିମେଳାଠାରେ ପ୍ରତିଷ୍ଠିତ ୫୧୦ ମେଗାୱାଟ୍ କ୍ଷମତାବିଶିଷ୍ଟ ବାଲିମେଳା ପାୱାର ହାଉସ୍ର ୧୯୭୩ ମସିହା ଅଗଷ୍ଟରୁ ବିଦୁ୍ୟତ ଉତ୍ପାଦନ କରିଆସୁଛି । ପୁରୁଣାକାଳିଆ ଜ୍ଞାନକୌଶଳ, ବିଭିନ୍ନ ଯନ୍ତ୍ରାଂଶର ଅଭାବ ଓ ବିିଭିନ୍ନ ଯନ୍ତ୍ରପାତି ଅଚଳ ହେବା କାରଣରୁ ଏହାର ୬ଟି ଯାକ ଉତ୍ପାଦନ ୟୁନିଟ୍ର ପର୍ଯ୍ୟାୟ କ୍ରମେ ଆଧୁନିକୀକରଣ ପାଇଁ ଯୋଜନା କରାଯାଇଥିଲା । ସେହି ଅନୁସାରେ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ “ଭେଲ୍’ ସହିତ ୨୦୧୬ ମସିହା ସେପ୍ଟେମ୍ବର ୨୩ ତାରିଖ ଦିନ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଦୀର୍ଘ ୪୪ ବର୍ଷ ଧରି ନିରନ୍ତର ସେବା ଯୋଗାଉଥିବା ବାଲିମେଳା ପାୱାର ହାଉସର ୧ ଓ ୨ ନମ୍ବର ୟୁନିଟ୍ ଆଧୁନିକୀକରଣ ଓ ପୁନରୁଦ୍ଧାର କରାଯାଇପାରିଛି । ପାୱାର ୟୁନିଟ୍ ଦୁଇଟିର ଦକ୍ଷତା ଓ ବିଶ୍ୱସନୀୟତା ବୃଦ୍ଧି କରିବା ନିମନ୍ତେ ବିିଭିନ୍ନ ବିଦୁ୍ୟତ ଯନ୍ତ୍ରାଂଶ, ନିୟନ୍ତ୍ରଣ ବ୍ୟବସ୍ଥା ଓ ୱାଟର କଣ୍ଡକ୍ଟର ବ୍ୟବସ୍ଥାର ନବୀକରଣ କରାଯାଇଛି । ଫଳରେ ଓଡ଼ିଶା ଜଳବିଦୁ୍ୟତ ନିଗମ (ଓଏଚ୍ପିିସି)ର ଆର୍ଥିକ ସ୍ଥିତି ଉପରେ ଏହାର ଅନୁକୂଳ ପ୍ରଭାବ ପଡ଼ିବ । ଖୁବ୍ଶୀଘ୍ର ୩ ଓ ୪ ନମ୍ବର ୟୁନିଟ୍ର ପୁନରୁଦ୍ଧାର ଓ ଆଧୁନିକୀକରଣହେବ ବୋଲି କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *