ଚମ୍ପେଶ୍ୱରବାସୀ ପାଣି ପାଇଁ ଡହଳ ବିକଳ

ନରସିଂହପୁର (ଆପ୍ର): ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଚମ୍ପେଶ୍ୱର ପଞ୍ଚାୟତରେ ପାନୀୟ ଜଳର ଉକ୍ରଟ ସମାସ୍ୟା ଦେଖାଦେଇଛି । ଯାହାଫଳରେ ପାନୀୟ ଜଳ ପାଇଁ ଲୋକମାନେ ଡହକ ବିକଳ ହେଉଥିବା ଦେଖିବାକୁ ମିଳିଛି । ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ପ୍ରକଳ୍ପଗୁଡିକ ଏକାଧିକ କାରଣ ଯୋଗୁଁ ଅଚଳ ଅବସ୍ଥାରେ ଥିବାବେଳେ ପମ୍ପ ଚଲାଇବା ପାଇଁ ସ୍ଥାୟୀ କର୍ମଚାରୀ ଅଭାବରୁ ମଧ୍ୟ ଅଚଳ ହୋଇ ପଡିଥିବା ଦେଖିବାକୁ ମିଳିଛି । ଖରାଦିନେ ଲୋକମାନେ ପିଇବାପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସୂଚନାନୁଯାୟୀ ଚମ୍ପେଶ୍ୱର ପଞ୍ଚାୟତର ବସଷ୍ଟାଣ୍ଡ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବର୍ଷବର୍ଷ ଧରି ପିଇବା ପାଣିର ସମସ୍ୟା ଲାଗିରହିଛି । ଏହାର କାରଣ ସ୍ଥାନଟି ସାମାନ୍ୟ ଉଚ୍ଚରେ ରହିଅଛି । ଏ ଅଞ୍ଚଳକୁ ଖରାଦିନେ ପିଇବା ପାଣି ପହଞ୍ଚିବାରେ ଅସୁବିଧା ହୋଇଥାଏ । ଏଠାରେ ଥିବା ନଳକୂପଟି ବହୁ ସମୟରେ ଖରାପ ହୋଇ ପଡ଼ିରହିଥାଏ । ବର୍ତ୍ତମାନ ୩ ଏବଂ ୪ ନମ୍ବର ୱାର୍ଡକୁ ପ୍ରାୟ ୧୫ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା ଅଭିଯୋଗ ହୋଇଛି । ଏହିଅଞ୍ଚଳକୁ ଯୋଗାଉଥିବା ପ୍ରକଳ୍ପଟି ଅଚଳ ହୋଇ ପଡିଥିବା ବେଳେ ୧ ଓ ୨ ନମ୍ବର ୱାର୍ଡର ପ୍ରକଳ୍ପଟି ମଧ୍ୟ ଅଚଳ ହୋଇପଡିଛି । ଦିନକୁ ଦିନ ପାନୀୟ ଜଳର ସମସ୍ୟା ବଢିବାରେ ଲାଗିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଏହାର ସମାଧାନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ସରପଞ୍ଚ ଆରତୀ ମଞ୍ଜରୀ ଦେବୀଙ୍କ ପ୍ରତିନିଧି ପ୍ରଦୀପ ପଣ୍ଡାଙ୍କୁ ପଚାରିବାରେ କହିଛନ୍ତି ଯେ, ଗ୍ରାମବାସୀଙ୍କ ସହିତ ଆଲୋଚନା କରାଯାଇ ଅସ୍ଥାୟୀଭାବେ କର୍ମଚାରୀ ରଖାଯାଇ ଚାଲୁ ରହିଥିବା ପ୍ରକଳ୍ପକୁ ଚଲାଯାଇ ପାନୀୟ ଜଳ ପ୍ରଦାନ କରାଯିବ । ଯେଉଁ ପ୍ରକଳ୍ପଗୁଡିକ ଖରାପ ରହିଛ ସେଗୁଡିକୁ ତୁରନ୍ତ ବ୍ଲକ୍ ପ୍ରଶାସନର ସହାୟତାରେ ଠିକ୍ କରାଯାଇ ପାନୀୟ ଜଳ ପ୍ରଦାନ କରାଯିବ । ତେବେ ଅପରପକ୍ଷରେ ଗ୍ରାମବାସୀ ପକ୍ଷରୁ କୁହାଯାଇଛି ଯେ ତୁରନ୍ତ ପାନୀୟ ଜଳ ଯୋଗାଣ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *