ଅଧାପନ୍ତରା ଡ୍ରେନ୍ରୁ ପାଣି ବାହାରିବାକୁ ବାଟ ନାହିଁ
ନିଆଳି (ଆପ୍ର): ନିଆଳି ଫୁଲନଖରା ୬୦ନଂ ରାଜ୍ୟ ରାଜପଥର ନିଆଳି ବଜାର ରାସ୍ତା ପାଶ୍ୱର୍ରେ ନିର୍ମିତ ଡ୍ରେନ୍ ଅଧାପନ୍ତରା ହୋଇ ପଡିଥିବାରୁ ପାଣି ନିଷ୍କାସନ ହୋଇ ନ ପାରି ଡ୍ରେନ୍ ମଧ୍ୟରେ ଜମୁଛି । ଯାହାଫଳରେ ନିଆଳି ମେଡିକାଲ, ଓ ହାଇସ୍କୁଲ ଛକ ରାସ୍ତା ବାମପାଶ୍ୱର୍ରେ ଡ୍ରେନ୍ରୁ ନିର୍ଗତ ପାଣି ଜମି ରହିବା ଫଳରେ ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଲୋକେ ଚଳପ୍ରଚଳ କ୍ଷେତ୍ରରେ ଘୋର ଅସୁବିଧା ଭୋଗୁଛନ୍ତି । ଏପରି ସ୍ଥଳେ ପୂର୍ତ୍ତବିଭାଗ ଡ୍ରେନ୍ରୁ ପାଣି ନିର୍ଗତ ହେଉଥିବା ସ୍ଥାନକୁ ମରାମତି କରିବା ବାହାନାରେ ଏକ ବଡ଼ ଗର୍ତ୍ତଖୋଳି ଚୁପ୍ ବସିଛି । ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଡ୍ରେନ୍ ମରାମତି କାର୍ଯ୍ୟ କରାଯାଉନାହିଁ । ପାଣି ଜମିରହିବା ଫଳରେ ଲୋକେ କେବଳ ହଇରାଣ ହେଉନାହାଁନ୍ତି ବରଂ ମଶା, ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଲାଣି । ଡ୍ରେନ୍ର ଦୁଇମୁଣ୍ଡ ଅବରୋଧ ହୋଇଥିବାରୁ ଡ୍ରେନ୍ରୁ ପାଣି ନିଷ୍କାସନ ହେବାକୁ ବାଟ ନାହିଁ । ଯାହାଫଳରେ ବଜାର ମଝିରେ ୧୫ ଦିନରୁ ଊଦ୍ଧ୍ୱର୍ ହେବ ପାଣି ଜମି ରହିଥିବା ବିଭାଗୀୟ ଅଧିକାରୀମାନେ ଦେଖୁଥିଲେ ମଧ୍ୟ ମରାମତି କାର୍ଯ୍ୟ ନ କରିବା ଦୁର୍ଭାଗ୍ୟଜନକ । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଗର୍ତ୍ତ ଖୋଳାଯାଇଥିବା ସ୍ଥାନରେ ତୁରନ୍ତ ଡ୍ରେନ୍୍ ମରାମତି କାର୍ଯ୍ୟ ଶେଷ କରିବାକୁ ସାଧାରଣରେ ଦାବି ହୋଇଛି ।