ପଶ୍ଚିମରେ ବର୍ଷୁଛି ନିଆଁ

ଭୁବନେଶ୍ୱର,୧ଠା୪(ବୁ୍ୟରୋ): ରାଜ୍ୟବ୍ୟାପୀ ଭୀଷଣ ଗ୍ରୀଷ୍ମ ଲହର ପରିଲକ୍ଷିତ ହେଉଛି । ପଶ୍ଚିମ ଓଡ଼ିଶାରେ ବର୍ଷୁଛି ନିଆଁ । ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବି ତାତି ପ୍ରକୋପ ବଢ଼ୁଛି । ଗତ ୩ ଦିନ ହେବ ପଶ୍ଚିମରେ ୪୦ ଡିଗ୍ରୀ ଭିତରେ ପାରଦ ରହୁଥିଲା । ଏବେ ପୁଣି ପଶ୍ଚିମ ଓଡିଶାରେ ଏହା ୪୨ ଡିଗ୍ରୀ ପାର୍ କରିଛି । ରବିବାର ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁରରେ ସର୍ବାଧିକ ୪୨.୩ ଡିଗ୍ରୀ ରହିବା ସହିତ ୪ଟି ସହରରେ ପାରଦ ୪୨ ଡିଗ୍ରୀ ଡେଇଁ ଯାଇଛି । ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ ୫ ଦିନ ଯାଏ କାଳବୈଶାଖୀ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।
ସୋମବାର ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଲାର ସ୍ଥାନେ ସ୍ଥାନେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ସ୍ଥାନେ ଦୁଇ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବୁଧବାର ମଧ୍ୟ କାଳବୈଶାଖୀ ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୫ ତାରିଖ ପାଇଁ କାଳବୈଶାଖୀ ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ଓ ବାଲେଶ୍ୱର ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇପାରେ ।
ଆଭ୍ୟନ୍ତରୀଣ ଓଡିଶାରେ ପୁଣି ତାପମାତ୍ରା ବଢିବ । ରବିବାର ସୋନପୁରରେ ସର୍ବାଧିକ ତାପମାତ୍ରା ରହିଥିବାବେଳେ ବଲାଙ୍ଗିରରେ ସବୋର୍ଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ, ବାରିପଦାରେ ୪୨ଡ୍ରିଗୀ, ଟିଟିଲାଗଡରେ ୪୨ ଡିଗ୍ରୀ, ବୌଦ୍ଧରେ ୪୧.୫ଡିଗ୍ରୀ, ଭବାନୀପାଟଣାରେ ୪୦.୮, ଅନୁଗୁଳରେ ୪୦.୯, ସମ୍ବଲପୁରରେ ୪୧.୭, ଝାରସୁଗୁଡାରେ ୪୧.୮, ସୁନ୍ଦରଗଡରେ ୪୦, ହୀରାକୁଦରେ ୪୦.୧, କେନ୍ଦୁଝର ୩୯, ମାଲକାନଗିରିରେ ୩୯.୫, ବାଲେଶ୍ୱରରେ ୩୯.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ୧ରୁ ୨ଡିଗ୍ରୀ ତାପମାତ୍ରା ବଢିଛି । ଏଠାରେ ତାପମାତ୍ରା ୩୭.୪ ଥିବାବେଳେ କଟକରେ ୩୬.୨ଡିଗ୍ରୀ, ପୁରୀରେ ୩୨.୧ଡିଗ୍ରୀ ରେକର୍ଡ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *