ମଦମୁକ୍ତ ପୁରୀ ପାଇଁ ବୈଠକ
ପୁରୀ (ବୁ୍ୟରୋ): ନିଶାମୁକ୍ତ ସମାଜ ଗଠନ ପାଇଁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଓ ପୁରୀ ନିଶାମୁକ୍ତ ଅଭିଯାନ ପକ୍ଷରୁ ପୁରୀ ସହରକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସାଲବେଗପୀଠରେ ଅନୁଷ୍ଠିତ ହୋଇଛି । ଏଥିରେ ମିଳିତ ନିଶାମୁକ୍ତ ଅଭିଯାନର ମଳୟ ତ୍ରିପାଠୀଙ୍କ ସମେତ ପୁରୀର ଅନେକ ବୁଦ୍ଧିଜୀବୀ ଜଗନ୍ନାଥ ବସ୍ତିଆ, ଜଗନ୍ନାଥ ଦେଓ, ମଧୁସୂଦନ ମିଶ୍ର, ଛାୟାକାନ୍ତ ନାୟକ, ବିଦୁ୍ୟତଲତା ଆଚାର୍ଯ୍ୟ, ରାଧେଶ୍ୟାମ ରଥ, ସଞ୍ଜୟ କୁମାର ପ୍ରଧାନ, ରମାକାନ୍ତ ମଣ୍ଡଳ, କୁନ୍ତଳା କୁମାରୀ ବିଶ୍ୱାଳ, କବିତା ପରିଡ଼ା, ଅଜୟ ଖଟେଇ, ଅରୁଣ କୁମାର ସାମନ୍ତରାୟ ପ୍ରମୁଖ ଯୋଗଦାନ କରି ଆଗାମୀ ମେ’ ମାସରେ ଏକ ବିରାଟ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ୩୦ରୁ ଊଦ୍ଧ୍ୱର୍ ଅନୁଷ୍ଠାନ ପକ୍ଷରୁ ଧାର୍ମିକ ସହର ପୁରୀରୁ ମଦମୁକ୍ତ ପାଇଁ ଏହି ଦାବିପତ୍ର ଦିଆଯାଇଥିଲା । ସେପଟେ ଜିଲ୍ଲାପାଳ ଏହି ଦାବିକୁ ସରକାରଙ୍କ ନିକଟକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।