ପ୍ରଶ୍ନବାଣରେ ସ୍ମୃତି ଇରାନୀ ଘାଇଲା

ନୂଆଦିଲ୍ଲୀ,୧୦ା୪: ପେଟ୍ରୋଲ୍, ଡିଜେଲ୍ ଓ ଏଲ୍ପିଜି ଗ୍ୟାସ୍ ଦର ବୃଦ୍ଧି ଯୋଗୁ ଦେଶରେ ସୃଷ୍ଟି ହୋଇଥିବା ମହଙ୍ଗା ପରିସ୍ଥିତି ପ୍ରସଙ୍ଗରେ କଂଗ୍ରେସ ନେତାମାନେ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛନ୍ତି । କେନ୍ଦ୍ରମନ୍ତ୍ରୀମାନେ ଯେଉଁଠିକିବି ଯାଉଛନ୍ତି, ସେଠାରେ ବିରୋଧର ସମ୍ମୁଖୀନ ହେଉଛନ୍ତି । ରବିବାର ବିମାନ ଯାତ୍ରା କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଜଣେ କଂଗ୍ରେସ ନେତ୍ରୀ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିବାରୁ ସେ ହଟହଟା ହୋଇଥିବାର ଭିଡିଓ ସୋସାଲ୍ ମେଡିଆରେ ଭାରାଲ୍ ହୋଇଛି ।
ଦିଲ୍ଲୀ-ଗୁଆହାଟୀ ଫ୍ଲାଇଟ୍ରେ ସ୍ମୃତି ଇରାନୀ ଯାତ୍ରା କରୁଥିବା ବେଳେ ବିମାନ ଭିତରେ ରାଷ୍ଟ୍ରୀୟ ମହିଳା କଂଗ୍ରେସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ନେଟ୍ଟା ଡିସୁଜା ତାଙ୍କୁ ତେଲ ଓ ଏଲ୍ପିଜି ଦର ବୃଦ୍ଧି ସମ୍ବନ୍ଧୀୟ ପ୍ରଶ୍ନ ପଚାରି ଅଡୁଆ ପରିସ୍ଥିତିରେ ପକାଇଲେ । ସ୍ମୃତି ଉତ୍ତର ଦେଉଥିବା ବେଳେ ଡିସୁଜା ନିଜ ସେଲ୍ ଫୋନ୍ରେ ରେକର୍ଡିଂ କରିଥିଲେ । ପରେ ଟ୍ୱିଟରରେ ସେ ମନ୍ତ୍ରୀ ସ୍ମୃତିଙ୍କୁ ଟ୍ୟାଗ୍ କରି ଭିଡିଓଟିକୁ ପୋଷ୍ଟ କରି ଲେଖିଛନ୍ତି, ଗୁଆହାଟୀ ଫ୍ଲାଇଟ୍ରେ ସ୍ମୃତି ଇରାନୀଜୀଙ୍କ ସହ ମୁହାଁମୁହିଁ ହେଲି । ଗ୍ୟାସ୍ ଦର କ୍ରମାଗତ ବଢିବା ସମ୍ପର୍କରେ ଶୁଣନ୍ତୁ ତାଙ୍କ ଜବାବ । ସ୍ମୃତିଜୀ ଦର ବୃଦ୍ଧି ପାଇଁ କୋଭିଡ୍ ଟିକା, ରାସନ ଓ ଗରିବୀକୁ ଦାୟୀ କଲେ ।
ଭିଡିଓରେ ଦେଖିବାକୁ ମିଳିଛି, ସ୍ମୃତି ବିମାନରୁ ଓହ୍ଲାଉଛନ୍ତି । ଏହି ସମୟରେ ସେ କହୁଛନ୍ତି, ଆପଣ ମୋ ବାଟ ଓଗାଳୁଛନ୍ତି… ଅନ୍ୟ ଯାତ୍ରୀଙ୍କୁ ଅସୁବିଧାରେ ପକାଉଛନ୍ତି । ଏଲ୍ପିଜିର ଅଭାବ ସମ୍ବନ୍ଧୀୟ କଂଗ୍ରେସ ନେତ୍ରୀଙ୍କ ପ୍ରଶ୍ନର ଉତ୍ତରରେ ସ୍ମୃତି କହୁଛନ୍ତି, ଦୟାକରି ମିଛ କୁହନ୍ତୁ ନାହିଁ ।
ଉଲ୍ଲେଖଯୋଗ୍ୟ ଯେ ପେଟ୍ରୋଲ-ଡିଜେଲ ମୂଲ୍ୟ ୪ ଦିନ ସ୍ଥିର ରହିବା ପୂର୍ବବର୍ତ୍ତୀ ୧୬ ଦିନ ଭିତରେ ୧୪ ଥର ବଢିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *