୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଳିତ
ପୁରୀ (ବୁ୍ୟରୋ): ଚୈତ୍ୟମାସ ଶୁକ୍ଳପକ୍ଷ ଅଷ୍ଟମୀକୁ ଆଶୋକାଷ୍ଟମୀ ଏବଂ ନବମୀ ତିଥିକୁ ଶ୍ରୀରାମ ନବମୀ କୁହାଯାଏ । ଶ୍ରୀମନ୍ଦିରରେ ରବିବାର ଶ୍ରରାମ ନବମୀ ତଥା ଶ୍ରୀରାମ ଜନ୍ମ ନୀତି ଶେଷ ହୋଇଛି । ଶନିବାର ଶ୍ରୀମନ୍ଦିରରେ ଆଶୋକାଷ୍ଟମୀ ନୀତି ପାଳିତ ହୋଇଯାଇଥିବା ବେଳେ ରବିବାର ମଧ୍ୟାହ୍ନରେ ଶ୍ରୀରାମ ନବମୀ ନୀତି ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଧୂପନୀତି ବଢ଼ିବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥିଲା । ଶୁଦ୍ଧସୁଆର ଭଣ୍ଡାର ଘର ସମ୍ମୁଖରେ ପୋଛା ମାରିବା ପରେ ପୂଜାପଣ୍ଡା ପଞ୍ଚମୁରୁଜରେ ଜନ୍ମମଣ୍ଡଳ କାଟିଥିଲେ । ଦକ୍ଷିଣିଘର ଭୋଗ ସମ୍ପନ୍ନ ହେଲା ପରେ ଶ୍ରୀରାମ ଦେବଙ୍କୁ ମହାଜନ ସେବକ ରତ୍ନସିଂହାସନକୁ ବିଜେ କରାଇଥିଲେ । ମୁଦିରସ୍ତ ଧଣ୍ଡି ପ୍ରସାଦ ଲାଗି କରିଥିଲେ । ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀରାମ ଦେବ ମଣ୍ଡଳ ଉପରକୁ ବିଜେ କରିଥିଲେ । ସେଠାରେ ଜଣେ ମହାଜନ ସେବକ ଦଶରଥ ଓ ଅନ୍ୟ ଜଣେ ସେବକ କୌଶଲ୍ୟା ବେଶରେ ଖଣ୍ଡୁଆ ଘୋଡ଼ି ହୋଇ ଜନ୍ମନୀତି ସମ୍ପନ୍ନ କରିଥିଲେ । ଏହା ପରେ ଠାକୁରଙ୍କୁ କର୍ପୁର ଆଳତୀ ବନ୍ଦାପନା କରାଯାଇଥିଲା ।
ମହାସୁଆରସେବକଗଣ୍ଡୁସ୍ ମସଲା ଓ ଖିର ମଣୋହୀ କରିଥିଲେ । ପୂଜାପଣ୍ଡା ଜନ୍ମବିଧିମାନ କରାଇ ପଇତାଲାଗି ବଢିବା ପେ ର ଶୀତଳ ଭୋଗ ମଣୋହୀ ହୋଇଥିଲା । ମହାସୁଆର ସେବକ ଜୟବିଜୟ ଦ୍ୱାର ଚରୁ ଭାତ ମଣୋହୀ କରାଯାଇଥିଲା । ଏହା ପରେ ଠାକୁରଙ୍କୁ ଦକ୍ଷିଣି ଘରକୁ ବିଜେ କରାଯାଇଥିଲା । ଏହି ନୀତି ସମାପନ କରିବା ପାଇଁ ସେବାୟତଙ୍କୁ ୩ ଘଣ୍ଟା ସମୟ ଲାଗିଥିଲା । ଫଳରେ ସାଧାରଣ ଭକ୍ତମାନେ ୩ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହୋଇଥିଲେ । ନୀତି ସମ୍ପନ୍ନ ହେଲା ପରେ ସଂନ୍ଧ୍ୟା ୭.୩୦ରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଏହି ପବିତ୍ର ଦିନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *