ଆୟରଙ୍କୁ ହରାଇଲେ ପନ୍ତ

ଆଇପିଏଲ୍ ୨୦୨୨ । ୧୯ତମ ମ୍ୟାଚ୍
ମୁମ୍ବାଇ, ୧୦ା୪ (ଏଜେନ୍ସି): ଓପନର୍ ପୃଥ୍ୱୀ ଶ’ ଓ ଡେଭିଡ୍ ୱାର୍ଣ୍ଣରଙ୍କ ନିର୍ଭୀକ ବ୍ୟାଟିଂ ଏବଂ ବାମହାତି ସ୍ପିନର୍ କୁଳଦୀପ ଯାଦବଙ୍କ ପ୍ରଭାବଶାଳୀ ବୋଲିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ରବିବାର ଚଳିତ ଆଇପିଏଲ୍ ସିଜନ୍ର ୧୯ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ୪୪ ରନ୍ରେ ପରାସ୍ତ କରିଛି । କୁଲଦୀପ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଦିଲ୍ଲୀର ଏହା ଚାରିଟି ମ୍ୟାଚ୍ରୁ ଦ୍ୱିତୀୟ ବିଜୟ ହୋଇଥିବା ବେଳେ କୋଲକାତାର ପାଞ୍ଚଟି ମ୍ୟାଚ୍ରୁ ଦ୍ୱିତୀୟ ପରାଜୟ ।
ବ୍ରାବର୍ଣ୍ଣର ବ୍ୟାଟିଂ ପିଚ୍ରେ କେକେଆର୍ ଅଧିନାୟକ ଶ୍ରେୟାସ ଆୟରଙ୍କ ଫିଲ୍ଡିଂ ନିଷ୍ପତ୍ତି ଭୁଲ୍ ପ୍ରମାଣିତ ହୋଇଥିଲା । ଦିଲ୍ଲୀ ଟିମ୍ ୨୧୬ ରନ୍ର ବୃହତ୍ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯେଉଁଥିରେ ଶ’ (୨୯ ବଲ୍ରୁ ୫୧ ରନ୍) ଓ ୱାର୍ଣ୍ଣର (୪୫ ବଲ୍ରୁ ୬୧)ଙ୍କ ଅର୍ଦ୍ଧଶତକ ରହିଥିଲା । ଜବାବରେ କେକେଆର୍ ୧୯.୪ ଓଭର୍ ଖେଳି ୧୭୧ ରନ୍ କରି ଅଲ୍ଆଉଟ୍ ହୋଇ ଯାଇଥିଲା । ବ୍ରାବର୍ଣ୍ଣ ସନ୍ଧ୍ୟା କୁଲଦୀପଙ୍କ ନାଁ ଥିଲା, ଯିଏକି ୩୫ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ । ଖଲୀଲ ଅହମ୍ମଦଙ୍କୁ ମଧ୍ୟ ୩ଟି, ଶାଶାର୍ଦ୍ଦୂଳ ଠାକୁର ୨ଟି, ଲଳିତ ଯାଦବଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀର ଆରମ୍ଭ ଦମ୍ଦାର ଥିଲା । ପ୍ରଥମ ଛଅ ଓଭର୍ରେ ପୃଥ୍ୱୀ ଶ’ ଓ ଡେଭିଡ୍ ୱାର୍ଣ୍ଣର ଲଗାତାର ଚୌକା-ଛକା ବର୍ଷା କରି ୬୮ ରନ୍ ସଂଗ୍ରହ କରିଥିଲେ ଏବଂ ୱିକେଟ୍ ପଡ଼ିବାକୁ ଦେଇ ନ ଥିଲେ । ପାୱାରପ୍ଲେରେ ୧୦ ଚୌକା ଓ ୨ ଛକା ରହିଥିଲା । ଏହାପରେ ବି ବ୍ୟାଟିଂ ଧମାକା ଜାରି ରହିଥିଲେ । ଓପନିଂ ୱିକେଟ୍ରେ ୯୩ (୫୨ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା । ୨୭ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିବା ଶ’ ୫୧ ରନ୍ କରି ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ତାଙ୍କ ଇନିଂସ୍ରେ ୭ ଚୌକା ଓ ୨ ଛକା ରହିଥିଲା । ଶ’ଙ୍କ ଏହା ଲଗାତାର ଦ୍ୱିତୀୟ ତଥା ଆଇପିଏଲ୍ରେ ୧୨ତମ ଅର୍ଦ୍ଧଶତକ ଲଗାଇଥିଲେ ।
ଏହାପରେ ୱାର୍ଣ୍ଣର ଅଧିନାୟକ ରିଷଭ ପନ୍ତଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଇତ୍ୟବସରେ ୱାର୍ଣ୍ଣର ୨୫ ବଲ୍ରୁ ଆଇପିଏଲ୍ରେ ୫୧ତମ ଅର୍ଦ୍ଧଶତକ ପୂରଣ କରିଥିଲେ । ଦ୍ୱିତୀୟ ୱିକେଟ୍ରେ ୫୫ ରନ୍ ଯୋଗ ହୋଇଥିଲା । ପନ୍ତ ୧୪ ବଲ୍ରୁ ୨୭ ରନ୍ କରି ଆନେ୍ଦ୍ର ରସେଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଲଳିତ ଯାଦବ (୧) ଓ ରୋଭମାନ୍ ପୱେଲ୍ (୮) ଉଭୟ ଦୁଇ ଅଙ୍କ ଛୁଇଁ ନ ପାରି ସୁନୀଲ୍ ନରିନ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ୱାର୍ଣ୍ଣରଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ ଉମେଶ ଯାଦବ । ଏହି ଓପନର୍ଙ୍କ ୬୧ ରନ୍ର ଇନିଂସ୍ରେ ୬ ଚୌକା ଓ ୨ ଛକା ରହିଥିଲା । ଏହାପରେ ଅକ୍ଷର ପଟେଲ୍ ଓ ଶାର୍ଦ୍ଦୂଳ ଠାକୁର ଇନିଂସ୍କୁ ୨୦୦ ଅତିକ୍ରମ କରାଇଥିଲେ । ଦିଲ୍ଲୀ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୨୧୫ ରନ୍ ସଂଗ୍ରହ କରିଥିଲା ।
ବଡ଼ ଟାର୍ଗେଟ୍ ନେଇ ଖେଳିଥିବା କୋଲକାତା ଟିମ୍ ୨୦୦ ସ୍କୋର୍ ବି କରି ପାରି ନ ଥିଲା । ଟିମ୍ ପକ୍ଷରୁ ଅଧିକାଂଶ ବ୍ୟାଟର୍ ଆଶାଜନକ ପ୍ରଦର୍ଶନ କରି ପାରି ନ ଥିଲେ । ଅଧିନାୟକ ଆୟର ସର୍ବାଧିକ ୫୪ (୩୩ ବଲ୍ରୁ) ରନ୍ କରିଥିବା ବେଳେ ନୀତୀଶ ରାଣା ୩୦, ରସେଲ୍ ୨୪, ଭେଙ୍କଟେଶ ଆୟର ୧୮ ଓ ସାମ୍ ବିଲିଙ୍ଗ୍ସ ୧୫ ରନ୍ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *