କୁତୁବ ପ୍ରଥମେ ଥିଲା ବିଷ୍ଣୁ ସ୍ତମ୍ବ

ବିଶ୍ୱ ହିନ୍ଦୁ ପରିଷଦର ଦାବି
ନୂଆଦିଲ୍ଲୀ (ଏଜେନ୍ସି): କୁତୁବ ମିନାର ପ୍ରଥମେ ବିଷ୍ଣୁ ସ୍ତମ୍ବ ଥିଲା । ସୁତରାଂ ଏଠାରେ ହିନ୍ଦୁ ରୀତିନୀତିରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଉ । କୁତୁବ ମିନାରକୁ ନେଇ ବେଶ୍ କିଛି ଦିନ ଧରି ଦେଶରେ ହୋହଲ୍ଲା ହେବା ପରେ ସବୁକିଛି ଶାନ୍ତ ପଡ଼ିଯାଇଥିଲା । ତେବେ ସମ୍ପ୍ରତି ପୁଣିଥରେ ଏପ୍ରକାର ଦାବି ସମଗ୍ର ଦେଶରେ ଉଠିଛି । ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଏହି ଦାବିକୁ ଜୋରଦାର କରାଯାଇଛି । ଭିଏଚ୍ପି ପକ୍ଷରୁ ଦାବି କରାଯାଇଛି ଯେ, କୁତୁବ୍ ମିନାର ପ୍ରଥମେ ଭଗବାନ୍ ବିଷ୍ଣୁଙ୍କ ପ୍ରତିକାତ୍ମକ ସ୍ତମ୍ବ ଥିଲା । ୨୭ ହିନ୍ଦୁ-ଜୈନ ମନ୍ଦିରକୁ ଭଙ୍ଗାରୁଜା କରାଯାଇ ସେସବୁ ସାମଗ୍ରୀରେ ଏହି ମିନାରକୁ ନିର୍ମାଣ କରାଯାଇଥିଲା । ଦେଶର ହିନ୍ଦୁ ସମୁଦାୟକୁ ଅତ୍ୟାଚାର କରିବା ଉଦେ୍ଦଶ୍ୟରେ ସେତେବେଳେ ଏସବୁ କରାଯାଇଥିଲା । ଭିଏଚ୍ପି ପ୍ରବକ୍ତା ବିନୋଦ ବଂଶଲ କହିଛନ୍ତି, ୨୭ ହିନ୍ଦୁ ଏବଂ ଜୈନ ମନ୍ଦିରକୁୂ ଭଙ୍ଗାଯାଇ ମିନାର ନିର୍ମାଣ କରାଯାଇଥିବାର ପ୍ରମାଣ ରହିଛି । ଏବେ ଯେତେବେଳେ ଏସବୁର ପ୍ରମାଣ ମିଳିଛି ସେତେବେଳେ ଉକ୍ତ ୨୭ ମନ୍ଦିରଗୁଡ଼ିକୁ ପୁନନିର୍ମାଣ କରାଯିବା ପାଇଁ ଏବଂ କୁତୁବ ମିନାରକୁ ବିଷ୍ଣୁ ସ୍ତମ୍ବ ଭାବେ ବିବେଚନା କରାଯିବା ପୂର୍ବକ ଏଠାରେ ପୂଜାପାଠ କରାଯିବା ପାଇଁ ଅନୁମତି ଦେବାକୁ ଭିଏଚ୍ପି ଦାବି କରୁଛି ।
ପ୍ରକାଶ, ଭିଏଚ୍ପି ପୂର୍ବରୁ ପୂର୍ବତନ ରାଜ୍ୟସଭା ସାଂସଦ ତରୁଣ ବିଜୟ ମଧ୍ୟ ଏହି ପ୍ରସଙ୍ଗ ଉଠାଇସାରିଛନ୍ତି । କୁତୁବ୍ ମିନାର ପାଖ ଅଞ୍ଚଳରେ ଭଗବାନ ଶ୍ରୀ ଗଣେଶଙ୍କ ଏକ ପ୍ରତିମାକୁ ଓଲଟା କରାଯାଇଥିବା ଏବଂ ଅନ୍ୟ ଏକ ସ୍ଥାନରେ ଏକ ପଞ୍ଜୁରି ମଧ୍ୟରେ ଆଉ ଏକ ଗଣେଶ ମୂର୍ତ୍ତିକୁ ବନ୍ଦୀ ଭାବେ ରଖାଯାଇଥିବା ପ୍ରସଙ୍ଗ ଉଠାଇ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିବା ଉଦେ୍ଦଶ୍ୟରେ ଏସବୁ କରାଯାଇଥିବା ତରୁଣ ବିଜୟ ଅଭିଯୋଗ କରିଥିଲେ । ଏତଦ୍ବ୍ୟତୀତ ସେ ଭାରତୀୟ ପତ୍ନତାତ୍ତ୍ୱିକ ସେର୍ଭେକ୍ଷଣ (ଏଏସ୍ଆଇ) ମହାନିଦେ୍ର୍ଦଶକଙ୍କୁ ମଧ୍ୟ ଚିଠି ଲେଖି ଭଗବାନ ଗଣେଶଙ୍କ ଦୁଇ ମୂର୍ତ୍ତିକୁ ଉଦ୍ଧାର କରିବା ପୂର୍ବକ ରାଷ୍ଟ୍ରୀୟ ସଂଗ୍ରହାଳୟରେ ରଖିବାର ବନେ୍ଦାବସ୍ତ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ଚିଠି ସହ ସେ ଦୁଇ ମୂର୍ତ୍ତିର ସ୍ଥିତାବସ୍ଥା ସମ୍ପର୍କରେ ଦୁଇଟି ଫଟୋ ମଧ୍ୟ ଏଏସ୍ଆଇ ମହାନିଦେ୍ର୍ଦଶକଙ୍କ ନିକଟକୁ ପଠାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *