ଅଭିଯୋଗ ଶୁଣିବାକୁ କେହି ନାହିଁ

ମନରେଗା କାର୍ଯ୍ୟରେ ଦୁର୍ନୀତି
ବାରିପଦା (ଆପ୍ର) : ଜନସାଧାରଣଙ୍କ ହିତ ପାଇଁ ସରକାର ବହୁ ଯୋଜନା କରୁଛନ୍ତି ହେଲେ କିଛି ଅସାଧୁଙ୍କ ପାଇଁ ଯୋଜନା ବାଟବଣା ହେଉଛି । ଗାଁରୁ ସହର ସବୁଠି ବିକାଶ ନିମନ୍ତେ ସରକାର ବିଭିନ୍ନ ଆର୍ଥିକ ବର୍ଷରେ ବହୁ ଜନ କଲ୍ୟାଣକାରୀ ଯୋଜନା ହାତକୁ ନେଇ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ମାତ୍ର କେତେକ ସ୍ଥଳରେ ବିଭାଗୀୟ ଅଧିକାରୀ ମାନେ ଠିକାଦାରଙ୍କ ହାତ ବାରିସି ସାଜି ଲାଭଖୋର ମନୋଭାବ ଯୋଗୁଁ ବହୁ ଯୋଜନା ଦିଗହରା ହେଉଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ଚଢେଇଗାଁ ଗ୍ରାମ ପଞ୍ଚାୟତର ଡାଳଗାଁରେ । ଏଠାରେ ୬ଲକ୍ଷ ଅଟକଳରେ ମାଟି କେନାଲ ଯାହା ଗୋଡି ପୋଖରୀ ଠାରୁ ମହାଦେବ ମନ୍ଦିର ପର୍ଯ୍ୟନ୍ତ ହେବାର ନିର୍ଦ୍ଧାରିତ ହୋଇଥିଲା । ମାତ୍ର ନିର୍ଦ୍ଧିଷ୍ଟ ସ୍ଥାନରୁ କାର୍ଯ୍ୟ ଆରମ୍ଭ ନ ହୋଇ ଅଳ୍ପ କିଛି କାମ କରି ୪ଦିନରେ ତରବରିଆ ଭାବରେ ସ୍ୱଳ୍ପ କାର୍ଯ୍ୟ ହୋଇଥିଲା । ଏଥିରେ କାମ କରିଥିବା ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ନଦେଇ ସେମାନଙ୍କୁ ହାତରେ ଅଳ୍ପ କିଛି ଟଙ୍କା ଦିଆଯିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ଠିକାଦାରଙ୍କ ବିରୋଧରେ ଲକ୍ଷାଧିକ ଟଙ୍କାର ଅର୍ଥ ଚଳୁ କରିବା ସଂଗୀନ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ସମ୍ପର୍କରେ ମୋରଡା ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ତେଣୁ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ପ୍ରତିକାର କରିବାକୁ ସାଧାରଣରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *