ଭାରତ ପଳାଇ ଆସୁଛନ୍ତି ଶ୍ରୀଲଙ୍କା ନାଗରିକ

ଚେନ୍ନାଇ (ଏଜେନ୍ସି): ଆର୍ଥିକସ୍ତରରେ ବିପର୍ଯ୍ୟସ୍ତ ହୋଇପଡିଥିବା ଶ୍ରୀଲଙ୍କାରେ ଏବେ ଉକ୍ରଟ ଖାଦ୍ୟ ସଂକଟ ଦେଖାଦେଇଛି । ଖାଦ୍ୟ, ସାମଗ୍ରୀ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ଅହେତୁକ ଭାବେ ବୃଦ୍ଧି ପାଇବା ଯୋଗୁ ସବୁ କ୍ଷେତ୍ରରେ ସାଧାରଣ ନାଗରିକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିସ୍ଥିତି ଅଣାୟତ୍ତ ହେବା ଦେଖି ନିଜ ନିଜ ପରିବାରକୁ ଧରି ଶ୍ରୀଲଙ୍କା ନାଗରିକମାନେ ଏବେ ଏବେ ଭାରତ ମୁହାଁ ସାଜିଛନ୍ତି ।
ତାମିଲନାଡୁର ଧନୁଷକୋଡି ଅଞ୍ଚଳରେ ପୁଣି ୧୯ ଶ୍ରୀଲଙ୍କା ନାଗରିକ (ଜାଫନା ଏବଂ ମାନ୍ନର ଅଞ୍ଚଳରୁ) ବେଆଇନ୍ ଭାବେ ଦୁଇଟି ପୃଥକ୍ ବୋଟ୍ ଯୋଗେ ଆସି ପହଞ୍ଚôଛନ୍ତି । ଭାରତୀୟ ସୀମାରେଖା ପର୍ଯ୍ୟନ୍ତ ଆସିବା ପାଇଁ ଏମାନେ ମଧ୍ୟ ନିଜର ପୁରା ସଞ୍ଚୟ ଅର୍ଥକୁ ନାବିକଙ୍କୁ ଲାଞ୍ଚ ଭାବେ ଦେଇଦେଇଥିବା କହିଛନ୍ତି । ତେବେ ତାମିଲନାଡୁ ପୁଲିସ୍ ଏମାନଙ୍କୁ ଆଶ୍ରୟସ୍ଥଳକୁ ନେଇଯିବା ସହ ନଜରବନ୍ଦୀ ରଖିଛି । ଏମାନଙ୍କୁ ମିଶାଇ ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୯ ଶ୍ରୀଲଙ୍କା ନାଗରିକ ପହଞ୍ଚôସାରିଛନ୍ତି । ଏମାନେ ସମସ୍ତେ ସେଠିକାର ପରିସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଶରଣାର୍ଥୀ ଭାବେ ଏଠାରେ ଆଶ୍ରୟ ନେବାକୁ ବ୍ୟାକୁଳ ଅନୁରୋଧ କରୁଛନ୍ତି । ସବୁଠୁ ବଡ଼ ପରିତାପର ବିଷୟ ହେଉଛି ଏମାନେ ଅତ୍ୟନ୍ତ ସଂକଟାପନ୍ନ ଭାବେ ସମୁଦ୍ରପଥରେ ନିଜ ସହ ଛୋଟ ଛୋଟ ପିଲାମାନଙ୍କୁ ନେଇ ଆସୁଥିବାର ଦେଖିବାକୁ ମିଳୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *