କାଠ ଚିରଟ ଅନୁକୂଳ

ରଥଯାତ୍ରା ପ୍ରାକ୍ ପ୍ରସ୍ତୁତି
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରାକ୍ ପ୍ରସ୍ତୁତି ଚାଲିଛି । ପରମ୍ପରା ଅନୁଯାୟୀ ରଥ ନିର୍ମାଣ ନିମନ୍ତେ ରବିବାର ଶ୍ରୀରାମ ନବମୀ ତିଥିରେ କାଠ ଚିରଟ ଅନୁକୂଳ ହୋଇଛି । କଟକ ଖପୁରିଆସ୍ଥିତ ସରକାରୀ ସ’ ମିଲ୍ରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଅଜ୍ଞାମାଳ ନେଇଯାଇଥିବା ପ୍ରତିନିଧିମଣ୍ଡଳୀ ବିଧି ମୁତାବକ ସମସ୍ତ କାର୍ଯ୍ୟ ସାରି ଫେରିଆସିଛନ୍ତି ।
ପରମ୍ପରା ଅନୁଯାୟୀ, ରାମନବମୀ ତିଥିରେ ଶ୍ରୀମନ୍ଦିର ପ୍ରଶାସନର ଏକ ତିନିଜଣିଆ ପ୍ରତିନିଧି ଦଳ ଆଜ୍ଞାମାଳ ଓ ମହାପ୍ରସାଦ ନେଇ କଟକସ୍ଥିତ ଖପୁରିଆ ସ’ ମିଲ୍କୁ ଯାଇଥିଲେ । ସେମାନଙ୍କୁ ସେଠାରେ ହରିବୋଲ ଧ୍ୱନି ଓ ସଂକୀର୍ତ୍ତନ କରି ଚିରଟ ସ୍ଥଳକୁ ପାଛୋଟି ନିଆଯାଇଥାଏ । ହେଲେ ଚଳିତବର୍ଷ ବିନା ସଂକୀର୍ତ୍ତନରେ ପହଞ୍ଚିଥିଲେ ସ’ ମିଲ୍ଠାରେ । ପରେ ଶୁଭବେଳା ସମୟରେ ୩ ଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା ପରେ ଚିରଟ ଅନୁକୂଳ ହୋଇଥିଲା । ଶ୍ରୀମନ୍ଦିରର ମୁଖ୍ୟ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଓଆଇସି ନୀତି ରବିନ୍ଦ୍ର କୁମାର ଦାସ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ଓ ଜେଟିପି ରାମଚନ୍ଦ୍ର ମହାରଣା ପ୍ରମୁଖ ଏହି ଯାତ୍ରାରେ ସାମିଲ୍ ହୋଇଥିଲେ ।
ସୂଚନାଥାଉକି, ବହୁଦିନ ଧରି ରଥ କାଠ ଚିରଟ କାର୍ଯ୍ୟ ବେସରକାରୀ ଭାବେ କରାଯାଉଥିଲା । ମାତ୍ର ଗତ ୨୦୦୫ ମସିହାଠାରୁ ଏହି କାର୍ଯ୍ୟ ଓଡ଼ିଶା ବନ ନିଗମକୁ ପ୍ରଦାନ କରାଯାଇଛି । ସେବେଠାରୁ କଟକ ଖପୁରିଆସ୍ଥିତ ଏହି ସରକାରୀ ସ’ ମିଲରେ କାଠ ଚିରଟ କାର୍ଯ୍ୟ କରାଯାଇଆସୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *