ନିର୍ବାଚିତ ଜନ ପ୍ରତିନିଧିଙ୍କୁ ତାଲିମ

ଟିକାବାଲି (ବୁ୍ୟରୋ) : ରବିବାର ଟିକାବାଲି ବ୍ଲକର ସମସ୍ତ ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଜୀବିକା ସୁରକ୍ଷା ମଞ୍ଚ ଲୋକ ସଙ୍ଗଠନ ଦ୍ୱାରା ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମକୁ ବ୍ଲକ୍ ଅଧ୍ୟକ୍ଷ ଦିଲୀପ କଁହର ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ବ୍ଲକ୍ ସଂଯୋଜକ ସଂଜୀବ ଦିଗାଲ ଆତ୍ମା ଶକ୍ତି ଟ୍ରଷ୍ଟ, ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସହିତ ୨୦୦୯ ରୁ ୨୦୨୨ ମସିହା, ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷର ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ । ସଙ୍ଗଠନଟିକୁ ଦୀର୍ଘ ସ୍ଥାୟୀ କରିବାର ପ୍ରକ୍ରିୟା ସଂପର୍କରେ ଆଲୋକପାତ କରିଥିଲେ ।
ଘୁ ଉଦୟଗିରି ଏବଂ ରାଇକିଆ ବ୍ଲକର ସଂଯୋଜିକା ଗ୍ରାମାଞ୍ଚଳ ସାମୁହିକ ଓ ବ୍ୟକ୍ତିଗତ ସମସ୍ୟାର କିପରି ସମାଧାନ କରାଯିବ ଏବଂ କିପରି ପ୍ରଶାସନ ପାଖରେ ପହଞ୍ଚି ପାରିବ ତା’ର ସରଳ ଉପାୟ ସଂପର୍କରେ କହିଥିଲେ । ବର୍ତ୍ତମାନର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଏବଂ ଟ୍ୱିଟର ବ୍ୟବହାର କରିବା ଉପରେ ବିସ୍ତୃତ ସେ ଆଲୋଚନା କରିଥିଲେ । ଆବାହକ ଅନନ୍ତ ପ୍ରଧାନ ଜନ ପ୍ରତିନିଧିଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ପଞ୍ଚାୟତ ରାଜ ବ୍ୟବସ୍ଥା ପଞ୍ଚାୟତର ବଜେଟ, ପଲ୍ଲୀ ସଭା ଗ୍ରାମ ସଭା ଉପରେ ପୋକ୍ସୋ ଆଇନ ବିଷୟରେ ଜନପ୍ରତିନିଧିଙ୍କୁ ବୁଝାଇଥିଲେ । ଚିତ୍ତ ରଞ୍ଜନ ପ୍ରଧାନ ସମ୍ବିଧାନର ସମ୍ବିଧାନର ମୁଖବନ୍ଧଟିକୁ ପଢ଼ି ଶୁଣାଇଥିଲେ । ଶେଷରେ ବ୍ଲକ ସଂଯୋଜକ ସଂଜୀବ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *