ହାଫିଜ୍ର ପୁଅ ତଲ୍ହା ଆତଙ୍କବାଦୀ ଘୋଷିତ

ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ(ଏଜେନ୍ସି): ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦଙ୍କୁ ୩୩ ବର୍ଷ କାରାଦଣ୍ଡାଦେଶ ହେବାର ମାତ୍ର ଦିନକ ପରେ ତାଙ୍କ ପୁଅ ହାଫିଜ ତଲ୍ହାଙ୍କୁ ଆତଙ୍କବାଦୀ ତାଲିକାଭୁକ୍ତ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ପାକିସ୍ତାନରେ ଥିବା ସମସ୍ତ ଏଲ୍ଇଟି ଶିବିର ପରିଦର୍ଶନ କରି ନିଜର ପ୍ରବଚନ ମାଧ୍ୟମରେ ଭାରତ, ଇସ୍ରାଏଲ, ଆମେରିକା ଏବଂ ପାଶ୍ଚାତ୍ୟ ଭାରତୀୟ ସ୍ୱାର୍ଥ ରକ୍ଷାକାରୀ ସଂପ୍ରଦାୟ ବିପକ୍ଷରେ ଜିହାଦ ପ୍ରଚାର କରୁଛନ୍ତି ।
ତେଣୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ୍, ୧୯୬୭ ଆଧାରରେ ଗୃହ ମନ୍ତ୍ରାଳୟ ‘ଲସ୍କର-ଏ-ତୈବା ସଂଗଠନର ଆତଙ୍କବାଦୀ ମହମ୍ମଦ ହାଫିଜ ସୟିଦଙ୍କ ପୁଅ ହାଫିଜ ତଲ୍ହା ସୟିଦଙ୍କୁ ଚିହ୍ନିତ ଆତଙ୍କବାଦୀ ଘୋଷଣା କରିଛି । ଆତଙ୍କବାଦୀଙ୍କ ଲମ୍ବା ତାଲିକାରେ ୩୨ନଂ ସ୍ଥାନରେ ରହିଛି ହାଫିଜ ତଲ୍ହାଙ୍କ ନାମ । ହାଫିଜ ତଲ୍ହା ଆତଙ୍କବାଦୀ ମୌଲବୀ ସଂଗଠନର ମୁଖ୍ୟ ରହିଛନ୍ତି । ଆତଙ୍କବାଦୀ ଚୟନ, ପାଣ୍ଠି ଆଦାୟ କରିବା ସହିତ ଭାରତ ଏବଂ ଆଫଗାନିସ୍ତାନରେ ଭାରତୀୟ ସ୍ୱାର୍ଥ ରକ୍ଷାକାରୀଙ୍କ ଉପରେ ‘ଲସ୍କର-ଏ-ତୈବା’ ପକ୍ଷରୁ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ସକ୍ରିୟ ରହିଛି ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ଭାରତ ଚିହ୍ନିତ କରିଥିବା ଆତଙ୍କବାଦୀଙ୍କ ତାଲିକାରେ କୁଖ୍ୟାତ ଆତଙ୍କବାଦୀ ମୌଲାନା ମାସୁଦ ଆଝାର, ହାଫିଜ ମହମ୍ମଦ ସୟିଦ, ଜାକି-ଉର-ରେହମାନ ଲଖୱି, ଦାଉଦ ଇବ୍ରାହିମ କାସ୍କର, ରିୟାଜ ଇତ୍କଲ୍, ଇକ୍ବାଲ ଇତ୍କଲ୍ ପ୍ରମୁଖ ରହିଛନ୍ତି ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *