ମାଗଣା ଦାନ ପ୍ରତିଶ୍ରୁତି ନିୟନ୍ତ୍ରଣ ହେବନି
ସୁପି୍ରମ୍କୋର୍ଟରେ ନିର୍ବାଚନ କମିଶନଙ୍କ ମନ୍ତବ୍ୟ
ନୂଆଦିଲ୍ଲୀ(ଏଜେନ୍ସି): ଆଇନଗତ ବ୍ୟବସ୍ଥା ନହେଲେ ଦେଶର ବିଭିନ୍ନ ରାଜନୈତିକ ଦଳ ଦେଉଥିବା ପ୍ରତିଶ୍ରୁତିକୁ ନିୟନ୍ତ୍ରଣ କରିବା ଲାଗି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଶନିବାର ନିର୍ବାଚନ କମିଶନ ସୁପ୍ରିମକୋର୍ଟ (ଏସ୍ସି)ଙ୍କ ନିକଟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଛନ୍ତି । କ୍ଷମତାକୁ ଆସିଲେ ଅନେକ ଜିନିଷ ମାଗଣାରେ ଦେବୁ ବୋଲି ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଗୁଡିକର ପଞ୍ଜିକରଣ ବାତିଲ କରିବା ଲାଗି ବ୍ୟବସ୍ଥା କରିବା ଲାଗି ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ଫାଇଲ କରିଥିବା ଏକ ଜନସ୍ୱାର୍ଥ ମାମଲାର ଉତ୍ତର ଦେବାକୁ ଯାଇ ନିର୍ବାଚନ କମିଶନ ଉପରୋକ୍ତ କଥା କହିଛନ୍ତି ।
ଆଇନରେ ସେଥିପାଇଁ ବ୍ୟବସ୍ଥା କରାନଗଲେ ତାହା କ୍ଷମତାର ଅପପ୍ରୟୋଗ ହେବ । ତେଣୁ ସରକାର ଗଠନ ପରେ ବିଜୟୀ ଦଳ ଦେଇଥିବା ପ୍ରତିଶ୍ରୁତିର ନିଷ୍ପତ୍ତି ଉପରେ ଅଙ୍କୁଶ ଲଗାଇବା ଉପରେ ନିର୍ବାଚନ କମିଶନଙ୍କର କୌଣସି ନିୟନ୍ତ୍ରଣ ରହିବ ନାହିଁ । ମାଗଣା ଦାନ ପ୍ରତିଶ୍ରୁତି ହେଉଛି ରାଜନୈତିକ ଦଳର ନୀତି ନିର୍ଦ୍ଧାଣ ବ୍ୟବସ୍ଥା । ତେଣୁ ରାଜନୈତିକ ଦଳମାନଙ୍କ ପାଇଁ ଅଦାଲତ କୌଣସି ମାର୍ଗଦର୍ଶିକା ପ୍ରସ୍ତୁତ କରିପାରନ୍ତି ବୋଲି ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ନିଜର ମତ ରଖିଛନ୍ତି ।