ଘରେ ପହଞ୍ଚାଇବୁ ସେବା
ଶପଥ ନେଲେ ବିଏମ୍ସିର ପ୍ରଥମ ମହିଳା ମେୟର, ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ କରିବା ପାଇଁ ଉଦ୍ୟମ କରିବୁ
ଭୁବନେଶ୍ୱର,୯ା୪(ବୁ୍ୟରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ପ୍ରଥମ ମହିଳା ମେୟର ଭାବେ ସୁଲୋଚନା ଦାସ ଶପଥ ଗ୍ରହଣ କରିଛନ୍ତି । ରାଜଧାନୀରେ ରହୁଥିବା ସାଢେ ୧୧ଲକ୍ଷ ଲୋକଙ୍କ ଦାୟିିତ୍ୱ ଆମର । ସହରବାସୀଙ୍କ ଘର ଦ୍ୱାର ମୁହଁରେ ସମସ୍ତ ସେବା ଯୋଗାଇବା ଆମର କର୍ତ୍ତବ୍ୟ ବୋଲି ଶପଥ ଗ୍ରହଣ କରିବା ପରେ କହିଛନ୍ତି ଶ୍ରୀମତୀ ଦାସ ।
ଶନିବାର ନବନିର୍ବାଚିତ ବିଏମ୍ସି ମେୟର ସୁଲୋଚନା ଦାସଙ୍କ ସମେତ ୬୭ କର୍ପୋରେଟର ଶପଥ ଗ୍ରହଣ କରିଛନ୍ତି । ବିଏମ୍ସି ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ପୌର ପ୍ରଶାସନ ନିଦେ୍ର୍ଦଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହାଛଡ଼ା ସେ ସମସ୍ତ ୬୭ ନବନିର୍ବାଚିତ କର୍ପୋରେଟରମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଶପଥ ପାଠ ପରେ କମିଶନର ସଞ୍ଜୟ କୁମାର ସିଂହ ମେୟରଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଏହାପରେ ମେୟରଙ୍କୁ ନିଜସ୍ୱ ଦପ୍ତରକୁ ସ୍ୱାଗତ କରାଯାଇଥିଲା । ଏଠାରେ ଜନସାଧାରଣ ଏବଂ ବିଏମ୍ସିର ପଦାଧିକାରୀ ଏବଂ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ମେୟର ଶ୍ରୀମତୀ ଦାସ ସହରବାସୀଙ୍କ ଉଦେ୍ଦଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି, ଲୋକଙ୍କ ମେୟର ଓ କର୍ପୋରେଟର ଆମେ । ଆମର ଦାୟିତ୍ୱ ହେଉଛି ଲୋକଙ୍କ ନିକଟରେ ସରକାରଙ୍କର ବିକାଶମୂଳକ ଯୋଜନା ପହଞ୍ଚାଇବା । ଲୋକ ମହାନଗର ନିଗମକୁ ଅଭିଯୋଗ ନେଇ ଆସିବା ପରିବର୍ତ୍ତେ ଆମେ ଲୋକଙ୍କ ଦ୍ୱାରରେ ପହଞ୍ଚô ସମସ୍ୟାର ସମାଧାନ କରିବୁ ଏବଂ ସମସ୍ତ ସେବା ଯୋଗାଇବୁ । ସହରବାସୀଙ୍କର ମିଳିତ ସହଯୋଗ ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ । ଭୁବନେଶ୍ୱର ଏକ ଐତିହ୍ୟ ସହର ଏବଂ ଏହାର ଇତିହାସ ଗରିମାକୁ ବଜାୟ ରଖିବାକୁ ପ୍ରୟାସ କରିବୁ । ଏହି ସହର ୧୯୯୯ ମହାବାତ୍ୟା ଠାରୁ ଆରମ୍ଭ କରି ଫନି ପର୍ଯ୍ୟନ୍ତ ବାତ୍ୟାମାନ ଦେଖିଛି । ବାତ୍ୟା ଯୋଗୁ ସହର ଧ୍ୱସ୍ତବିଧ୍ୱସ୍ତ ହେବା ପରେ ମଧ୍ୟ ଅଣ୍ଟା ସଳଖି ଠିଆ ହୋଇଛି । ଟିମ୍ୱାର୍କ ଜରିଆରେ ରାଜଧାନୀର ବିକାଶ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ କରିବାକୁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ସେଭଳି ଭୁବନେଶ୍ୱରଟିଏ ତିଆରି ହେଲେ ହିଁ ସମସ୍ତଙ୍କର ସ୍ୱପ୍ନ ପୂରଣ ହେବ । ଚଳିତ କର୍ପୋରେସନରେ ୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଏହି ଶପଥ ଗ୍ରହଣକୁ ନେଇ ବେଶ୍ ଉତ୍ସାହ ରହିଛି । ପ୍ରଥମ ଥର ପାଇଁ ସେମାନେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଇବା ସହ ନିଜ ଅଞ୍ଚଳକୁ ପ୍ରତିନିଧିôତ୍ୱ କରିବା ପାଇଁ ଯାଉଛନ୍ତି । ଏମାନଙ୍କ ମଧ୍ୟରେ ୩୩ ଜଣ ମହିଳା ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ କର୍ପୋରେସନରେ ସାମିଲ ହୋଇଛନ୍ତି ।