ଆଦର୍ଶ ସ୍କୁଲ୍ ଓ ହଷ୍ଟେଲ୍ ଭିତ୍ତିଭୂମି ନିରୀକ୍ଷଣ
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିିବଙ୍କ କେନ୍ଦୁଝର ଗସ୍ତ
କେନ୍ଦୁଝର (ଆପ୍ର): ଓମ୍ବାଡ଼ସି ସିଇଓ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିିବ ଡକ୍ଟର କେ.ମୁର୍ଗେସେନ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି । ପ୍ରଥମ ଦିନରେ ସ୍ଥାନୀୟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ ପରିସରରେ ଓମ୍ବାଡ଼ସି ଅର୍ଥରେ ସିଏଏକୁ୍ୟଏମ୍ଏସ୍ ବୁଲି ଦେଖିଥିଲେ । ସେଠାରେ ବସା ଯାଇଥିବା ଡିସପ୍ଲେ ବୋର୍ଡକୁ ସମସ୍ତଙ୍କ ଦୃଶ୍ୟମାନ ହେବା ପାଇଁ ଉଚ୍ଚତା ବଢ଼ାଇବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହାପରେ ସେ ଓମ୍ବାଡ଼ସି ଅର୍ଥରେ ପଦ୍ମପୁର ସ୍ଥିତ ମେଗା ନର୍ସରୀରେ ଗ୍ରୀନ୍ ବେଲ୍ଟ ପ୍ରୋଜେକ୍ଟରେ ଲଗାଯାଇଥିବା ୧୮ ମାସର ଚାରା ବୁଲି ଦେଖିଥିଲେ । ଏହା ପରେ ସଦର ବ୍ଳକ୍ ବୋଦାପଳସା ଗ୍ରାମରେ ଓମ୍ବାଡ଼ସି ଅର୍ଥରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ହଷ୍ଟେଲ ଭିତ୍ତିଭୂମି ନୀରିକ୍ଷଣ କରିଥିଲେ । ଏଠାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ଓମ୍ବାଡ଼ସି ଅର୍ଥରେ ନିର୍ମିତ ଶତାବ୍ଦୀ କୋଠା ଓ ଷ୍ଟାଫ କ୍ୱାର୍ଟର ବୁଲି ଦେଖିଥିଲେ । ପରେ କେନ୍ଦୁଝର ପୌରାଞ୍ଚଳର ସିଦ୍ଧମଠରେ ଥିବା ମଡେଲ୍ ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିଥିଲେ । ସେଠାରୁ ସେ ଡିମ୍ବୋ ଗ୍ରାମକୁ ଯାଇ ବଡ଼ି ପ୍ରସ୍ତୁତ କ୍ଲଷ୍ଟର ବୁଲି ଦେଖି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ କଲେଜରୋଡ୍ ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଗସ୍ତ କରି ସମୀକ୍ଷା କରିବା ସହ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।
ଗସ୍ତବେଳେ ଡିଏଫ୍ଓ ଧନରାଜ ଏଚ୍ଡି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ପୁଷ୍କର ଚନ୍ଦ୍ର ବେହେରା, ପିଡି ଡିଆର୍ଡିଏ ବିଷ୍ଣୁପ୍ରସାଦ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ରବିବାର ଦିନ ଖଣି ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାକୁ ନୀରିକ୍ଷଣ କରିଛନ୍ତି । ପ୍ରଥମେ ଦେଓଝର ସ୍ଥିତ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ପିଲେଟ୍ ପ୍ଲାଣ୍ଟ ପରିଦର୍ଶନ କରି ପ୍ରଦୂଷଣ ନିରାକରଣ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହାର ସମୀକ୍ଷା କରିଥିଲେ । ପରେ ବିଲେଇପଦାସ୍ଥିତ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିଃ ପରିସରରେ ଓମ୍ବାଡ଼ସି ଅନୁଦାନରେ ସିଏଏକୁ୍ୟଏମ୍ଏସ୍ ଦେଖିଥିଲେ । ମେସର୍ସ ଜେଏସ୍ଡବ୍ଲୁ୍ୟ ପରିଚାଳିତ ନୂଆଗାଁ ମାଇନ୍ସ ପରିଦର୍ଶନ କରିବା ପରେ ସେଠାରେ ବୃକ୍ଷରୋପଣ କରିଥିଲେ ।