ଏସ୍ଏଫ୍ଡିଆର୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର, ୮ା୪ (ଆପ୍ର): ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍ଡିଓ)ର ଆଉ ଏକ କୃତିତ୍ୱ । ·ନ୍ଦିପୁରସ୍ଥିତ ଆଇଟିଆର୍ରେ ସଲିଡ ଫୁଏଲ ଡକ୍ଟେଡ୍ ରାମ୍ଜେଟ (ଏସ୍ଏଫ୍ଡିଆର୍୍) କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ପୂର୍ବାହ୍ଣରେ ଆକାଶମାର୍ଗରେ ଏହାର ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା । ଏହାର ବୁଷ୍ଟର ମୋଟର ଏବଂ ନୋଜେଲ ଲେସ୍ ମୋଟର ସମେତ ସମସ୍ତ ସିଷ୍ଟମ୍ ଆଶାନୁରୂପ କାର୍ଯ୍ୟ କରିଥିଲା । ପରୀକ୍ଷଣ ସଫଳ ହୋଇଛି ବୋଲି ଡିଆର୍ଡିଓ ପକ୍ଷରୁ କୁହାଯାଇଛି । ଫଳରେ ଆକାଶରୁ ଆକାଶମାର୍ଗକୁ ନିକ୍ଷେପ କରାଯାଉଥିବା ଦୂରଗାମୀ କ୍ଷେପଣାସ୍ତ୍ର ବିକଶିତ କରିବାରେ ଏହା ସହାୟକ ହୋଇପାରିବ । ବିଶ୍ୱର ହାତଗଣତି କେତୋଟି ଦେଶ ନିକଟରେ ଏହି ପ୍ରଯୁକ୍ତି ଉପଲବ୍ଧ ରହିଛି । ଆଇଟିଆର୍ ଦ୍ୱାରା ନିୟୋଜିତ ଟେଲିମେଟ୍ରି ଉପକରଣ, ରାଡାର ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମରୁ ମିଳିଥିବା ତଥ୍ୟରୁ ରାମ୍ଜେଟ୍ କାର୍ଯ୍ୟଦକ୍ଷତା ନିଶ୍ଚିତ ହୋଇଛି । ଏହା ମିଶନ ଲକ୍ଷ୍ୟର ସଫଳତାକୁ ସୁନିଶ୍ଚିତ କରିଥିଲା । ଡିଆର୍ଡିଓ, ରିସର୍ଚ୍ଚ ସେଣ୍ଟ ଇମାରତ (ଆର୍ସିଆଇ) ଏବଂ ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବରେଟୋରି (ଏଚ୍ଇଏମ୍ଆର୍ଏଲ)ର ବରିଷ୍ଠ ବୈଜ୍ଞାନିକମାନେ ଏହି ନିକ୍ଷେପଣକୁ ଅନୁଧ୍ୟାନ କରିଥିଲେ ।
ଏସଏଫଡିଆରର ସଫଳ ପରୀକ୍ଷଣ ନିମନ୍ତେ ଡିଆର୍ଡିଓ ବୈଜ୍ଞାନିକ, ବାୟୁସେନା ଓ ଉଦ୍ୟୋଗ ଜଗତକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି । ଡିଆରଡିଓ ଅଧ୍ୟକ୍ଷ ଡ. ଜି ସତୀଶ ରେ‡ୀ ମଧ୍ୟ ଏସ୍ଏଫ୍ଡିଆର୍ ସଫଳ ପରୀକ୍ଷଣରେ ସମ୍ପୃକ୍ତ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି ।