ଆତଙ୍କୀ ହାଫିଜ ସଇଦକୁ ୩୧ ବର୍ଷ ଜେଲ୍
ଲାହୋର, ୮ା୪: ମୁମ୍ବାଇ ଆକ୍ରମଣର ମାଷ୍ଟର୍ମାଇଣ୍ଡ୍ ତଥା ଜମାତ-ଉଦ-ଦାବା (ଜେୟୁଡି)ର ମୁଖିଆ ହାଫିଜ୍ ସଇଦକୁ ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ଶୁକ୍ରବାର ୩୧ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବା ସମ୍ବନ୍ଧୀୟ ୨ଟି ମାମଲାରେ ହାଫିଜ୍କୁ ଏହି ସଜା ମିଳିଛି । ଏହା ସହିତ ତାକୁ ୩ ଲକ୍ଷ ୪୦ ହଜାର (ପାକିସ୍ତାନୀ) ଟଙ୍କା ଜରିମାନା ଦଣ୍ଡାଦେଶ ମିଳିଛି । ପଞ୍ଜାବ ପୁଲିସ୍ ପକ୍ଷରୁ ରୁଜୁ ହୋଇଥିବା ୨ଟି ମାମଲାରେ ବିଚାରପତି ଏଜାଜ ଅହମଦ ଭୁଟ୍ଟର ଏହି ଦଣ୍ଡାଦେଶ ଦେଇଛନ୍ତି । ଗୋଟିଏ ମାମଲାରେ ତାକୁ ୧୫ ବର୍ଷ ୬ ମାସ ଓ ଅନ୍ୟ ଏକ ମାମଲାରେ ୧୬ ବର୍ଷ ୬ ମାସ ସଜା ଶୁଣାଇ ଦିଆଯାଇଛି । ଏହା ପୂର୍ବରୁ ୫ଟି ମାମଲାରେ ୭୦ ବର୍ଷୀୟ ହାଫିଜ୍କୁ ୩୬ ବର୍ଷର ଜେଲ୍ଦଣ୍ଡାଦେଶ ଦିଆଯାଇଛି । ଶୁକ୍ରବାରର ଦଣ୍ଡକୁ ମିଶାଇ ହାଫିଜ୍କୁ ୬୮ ବର୍ଷ ଜେଲ୍ରେ ରହିବାକୁ ପଡ଼ିବ ।
ହାଫଜକୁ ୨୦୧୯ ଜୁଲାଇରେ ଟେରର୍ ଫଣ୍ଡିଂ ମାମଲାରେ ଗିରଫ କରାଯାଇଥିଲା । ତା’ ନେତୃତ୍ୱାଧୀନ ଜେୟୁଡି ଲସ୍କର୍-ଏ-ତୟବାର ଅଗ୍ରଣୀ ଆତଙ୍କୀ ସଙ୍ଗଠନ । ୨୦୦୮ ମସିହାର ମୁମ୍ବାଇ ଆକ୍ରମଣ ଷଡ଼ଯନ୍ତ୍ର କରିଥିଲା ଏହି ଜେୟୁଡି ।