୫୩ଠ କେଜି ଭାଙ୍ଗ ଜବତ, ୪ ଜଣଙ୍କୁ ଜେଲ୍
ପୁରୀ (ବୁ୍ୟରୋ): ଚୋରା ଭାବେ ଭାଙ୍ଗ ବିକ୍ରି କରିବା ଅଭିଯୋଗରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୪ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସେମାନେ ହେଲେ ବସନ୍ତ ପାତ୍ର, ଶଙ୍କର ପାତ୍ର, ସୁରେଶ ସ୍ୱାଇଁ ଓ ଆକାଶ ପାତ୍ର । ଏମାନଙ୍କଠାରୁ ପୁଲିସ ୫୩୦କେଜି ଭାଙ୍ଗ ଜବତ କରିଛି । ତେବେ ଶଙ୍କର ଓବସନ୍ତଙ୍କ ଠାରୁ ୫୦କେଜି ଜବତ ହୋଇଥିବା ବେଳେ ସୁରେଶ ଓ ଆକାଶଙ୍କ ଠାରୁ ୪୮୦କେଜି ଜବତ କରାଯାଇଛି । ଏଥିସହିତ ଏକ ବାଇକ୍ ଓ ବୋଲୋର ଜବତ କରାଯାଇଛି । ଜିଲ୍ଲା ଅବକାରୀ ବିଭାଗ ସୂଚନାନୁଯାୟୀ, ବସନ୍ତ ଓ ଶଙ୍କର ବାଟମଙ୍ଗଳା ମନ୍ଦିର ନିକଟ ଅଞ୍ଚଳରେ ଚୋରାରେ ଭାଙ୍ଗ ବିକ୍ରି କରୁଥିବା ଅଭିଯୋଗ ହେବା ପରେ ଶୁକ୍ରବାର ଏକ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରି ସେମାନଙ୍କୁ କାବୁ କରିବା ସହ ବାଇକ ଜବତ କରିଥିଲେ । ସେହିପରି ଚନ୍ଦନପୁର ଥାନା ଅନ୍ତର୍ଗତ ତୁଳସିଚଉରା ଛକଠାରେ ଏକ ବୋଲୋରରୁ ଅବକାରୀ ବିଭାଗ ୪୮୦କେଜି ଭାଙ୍ଗ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିଲା । ଏନେଇ ଅବକାରୀ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି ।