ବିଜେଡିର ବାଜିମାତ୍

ଭୁବନେଶ୍ୱର,୭ା୪(ବୁ୍ୟରୋ): ରାଜ୍ୟରେ ପୌର ଉପାଧ୍ୟକ୍ଷ ଭୋଟ୍ ଶେଷ ହୋଇଛି । ଗୁରୁବାର ମୋଟ୍ ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦବୀ ଓ କଟକ ମହାନଗର ନିଗମ (ସିଏମ୍ସି)ର ଡେପୁଟି ମେୟର ପଦ ଲାଗି ନିର୍ବାଚନ ହୋଇଥିଲା । ଅଣ ଆନୁଷ୍ଠାନିକ ବା ଅସମର୍ଥôତ ସୂତ୍ରର ସୂଚନା ଅନୁସାରେ, ବିଜେଡି ଦଖଲକୁ ୯୧ଟି ଉପାଧ୍ୟକ୍ଷ ଆସନ ଆସିଥିବା ବେଳେ ବିଜେପି ୭ ଆସନ ଅକ୍ତିଆର କରିଛି । ସେହିପରି କଂଗ୍ରେସ ହାତକୁ ଯାଇଛି ୩ ଆସନ ଏବଂ ସ୍ୱାଧୀନଙ୍କ ପାଖରେ ୪ଟି ଉପାଧ୍ୟକ୍ଷ ପଦବୀ ରହିଛି । ଏହାସହ କଟକ ମହାନଗର ନିଗମ(ସିଏମସି) ଡେପୁଟି ମେୟର ବିଜେଡି ଦଖଲ କରିଛି । ଆସନ୍ତାକାଲି (ଶୁକ୍ରବାର) ବ୍ରହ୍ମପୁର ମହାନଗର ନିଗମରେ ଡେପୁଟି ମେୟର ପଦବୀ ପାଇଁ ନିର୍ବାଚନ ହେବ ।
ତେବେ ଜଗତସିଂହପୁର ଜିଲ୍ଲାରେ ରୋଚକ ଚିତ୍ର ଦେଖିବାକୁ ମିଳିଛି । ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ କଂଗ୍ରେସ କାଉନ୍ସିଲର ଭୋଟ୍ ଦେବାରୁ ପୌର ଉପାଧ୍ୟକ୍ଷ ପଦ ହାତେଇ ନେଇଛି ବିଜେପି । ବିଜେପିର ମାତ୍ର ୨ ଜଣ କାଉନ୍ସିଲର ଥିଲେ ହେଁ ଜଗତସିଂହପୁର ପୌର ପରିଷଦର ଉପାଧ୍ୟକ୍ଷ ପଦକୁ ଅକ୍ତିଆର କରିଛି ଦଳ । ସେହିପରି ପାରାଦୀପରେ ବିଜେଡିର କ୍ରସ୍ ଭୋଟିଂ ଯୋଗୁ ଉପାଧ୍ୟକ୍ଷ ପଦ ହାତେଇଛନ୍ତି ବାପି ସର୍ଖେଲଙ୍କ ଗୋଷ୍ଠୀର ସ୍ୱାଧୀନ ସଦସ୍ୟା ଛବିଲତା ରାଉତ । ତେବେ ଅନେକ ସ୍ଥାନରେ ବିଜେଡିର ସଂଖ୍ୟା ଗରିଷ୍ଠତା ରହିଥିବାରୁ ନିଦ୍ୱର୍ନ୍ଦ୍ୱରେ ବିଜେଡି ଉପାଧ୍ୟକ୍ଷ ପଦବୀ ଅକ୍ତିଆର କରିଥିଲା ।
ଅନ୍ୟପକ୍ଷରେ ଗୁରୁବାର କଟକ ମହାନଗର ନିଗମ (ସିଏମ୍ସି) ଡେପୁଟି ମେୟର ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ ମାଝୀ । ୪୯ ନମ୍ବର ୱାର୍ଡରୁ କର୍ପୋରେଟର ଭାବେ ବିଜେଡିରୁ ଜିତିଥିଲେ ।
ଖୋର୍ଦ୍ଧାରେ ଉପାଧ୍ୟକ୍ଷ ସୌର ରଞ୍ଜନ ମହାପାତ୍ର (ବିଜେଡି) ହୋଇଥିବା ବେଳେ ଜଟଣୀରେ ଆରତୀ ରାଉତ (ବିଜେଡି), ମାଲକାନଗିରିରେ ବିଜେଡିର କବିତା ମହାନ୍ତ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଜଣେ ସ୍ୱାଧୀନ ଉପାଧ୍ୟକ୍ଷ ବିଜେଡିକୁ ସମର୍ଥନ କରିଥିବା ଘୋଷଣା କରିଥିବା ଜଣାପଡ଼ିଛି । ଏହି ଉପାଧ୍ୟକ୍ଷ ପଦବୀକୁ ମିଶାଇଲେ ବିଜେଡି ହାତକୁ ୯୨ଟି ଉପାଧ୍ୟକ୍ଷ ଆସନ ଯିବ । ବଲାଙ୍ଗିରରେ ଗାୟତ୍ରୀ ଭୋଇ (ବିଜେଡି), ବୌଦ୍ଧରେ ସୁବାସିନୀ ସେଠୀ (ବିଜେଡି), ବିନିକରେ ତପସ୍ୱିନୀ ମେହେର (ବିଜେଡି), ଝାରସୁଗୁଡ଼ାରେ ବେଣୁଗୋପାଳ ପଣିଗ୍ରାହୀ (ବିଜେଡି), ବ୍ରଜରାଜନଗରରେ ଗୋପାଳ ସିତାନୀ (ବିଜେଡି), କୁଚିଣ୍ଡାରେ ଦେବଯାନୀ କାଲୋ (ବିଜେଡି), ଭଦ୍ରକରେ ଅଞ୍ଜୁବାଳା ଜେନା (ବିଜେଡି), କାଶୀନଗରରେ ରଘୁରାମ ସାହୁ (ବିଜେଡି), ପାରଳାଖେମୁଣ୍ଡିରେ ଲେଙ୍କା ମଧୁ (ବିଜେଡି), ପଦ୍ମପୁରରେ ଭାରତୀ ପଟ୍ଟନାୟକ (ବିଜେଡି), କେନ୍ଦ୍ରାପଡ଼ାରେ ଆକବରୀ ଖାତୁନ (ବିଜେଡି), ପଟ୍ଟାମୁଣ୍ଡାଇରେ ଅନୁପ୍ରିୟା ସାହୁ (ବିଜେଡି), ସୁନ୍ଦରଗଡ଼ରେ ଲଲାଟେନ୍ଦୁ ପରିଡ଼ା (ବିଜେଡି), କବିସୂର୍ଯ୍ୟନଗରରେ ବିକ୍ରାନ୍ତ ସାହୁ (ବିଜେଡି), କୋରାପୁଟରେ ସବିତା ପଣ୍ଡା (ବିଜେଡି), ସୁନାବେଡ଼ାରେ ରିତୁକାନ୍ତା (ବିଜେଡି), ଜୟପୁରରେ ବି.ସୁନୀତା (ବିଜେଡି), ଢେଙ୍କାନାଳରେ ପ୍ରକାଶ ଚନ୍ଦ୍ର କୁଅଁର (ବିଜେଡି), ଫୁଲବାଣୀରେ ପାୟଲ ବେହେରା (ବିଜେଡି), ଉଦଳାରେ ଲିଲି ଭୋଳ (ବିଜେଡି), ରାୟଗଡ଼ାରେ ବିଜେଡିର ଶୁଭ୍ରା ପଣ୍ଡା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଅପରପକ୍ଷେ ଗୁଣପୁରରେ ସ୍ୱାଧୀନ ଭାବେ ପୌର ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ପଦବୀ ହାତେଇଥିବା ବେଳେ କୋଟପାଡରେ ଏମ୍.ସନ୍ତୋଷୀ (ସ୍ୱାଧୀନ) ଭାବେ ନିର୍ବାଚିତ ହୋଇଛନ୍ତି ।
ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବିଜେଡି ବାଜିମାତ୍ କରିଥିଲା । ୩ଠଟି ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ବିଜେଡି ହାତେଇଥିଲା । ଏଥିସହ ବହୁ ବ୍ଲକ୍ ଅଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି କବ୍ଜା କରିଥିଲା । ପୌର ନିର୍ବାଚନରେ ୩ଟି ମହାନଗର ନିଗମରେ ମେୟର ପଦ ସହ ୭୪ଟି ପୌରାଧ୍ୟକ୍ଷ ପଦ ହାତେଇଥିଲା ବିଜେଡି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *