ଯନ୍ତ୍ରୀଙ୍କ ଘରୁ ମିଳିଲା ଦୁଇ କୋଟି ଟଙ୍କା
ଭୁବନେଶ୍ୱର, ୭ା୪(ବୁ୍ୟରୋ): ଭଜିଲାନ୍ସ ରେଡ୍ର ଶିକାର ହୋଇଥିବା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଅଚଳାଚଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । କାର୍ତ୍ତିକ ଓ ତାଙ୍କ ପତ୍ନୀ କଳ୍ପନାଙ୍କ ଟାଟା ଆରିଆନସ୍ଥିତ ଫ୍ଲାଟ୍ରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯିବା ସମୟରେ ବିପୁଳ ଅର୍ଥ ଜବତ କରାଯାଇଛି । ତାଙ୍କ ଘରୁ ଦୁଇକୋଟି ଟଙ୍କା ଓ ୨୦ ସୁନା ବିସ୍କୁଟ୍ ଜବତ କରାଯାଇଛି । ଏତେ ଟଙ୍କା ଦେଖି ଭିଜିଲାନ୍ସ ଟିମ୍ ତାଜୁବ ହୋଇ ଯାଇଥିଲେ । ଟଙ୍କା ଗଣିବା ପାଇଁ ୬ ଜଣଙ୍କୁ ନିଯୁକ୍ତ କରାଯିବା ସହିତ ମେସିନ ବ୍ୟବହାର କରାଯାଇଛି । ଦୁିକୋଟି ଟଙ୍କା ଜବତ ହେବା ଭିଜିଲାନ୍ସ ଇତିହାସରେ ପ୍ରଥମ ।