ବୋମାବର୍ଷା ଜାରି

୪୩ ଦିନରେ ରୁଷ-ୟୁକ୍ରେନ୍ ଯୁଦ୍ଧ
କିବ୍/ମସ୍କୋ (ଏଜେନ୍ସି): କିବ୍ ଏବଂ ଚେର୍ନିହିବ୍ ଛାଡି ରୁଷ୍ ସେନା ଏବେ ପୂର୍ବ ୟୁକ୍ରେନ୍ରେ ଦମନ ଲୀଳା ଆରମ୍ଭ କରିଦେଇଛନ୍ତି । ପ୍ରାପ୍ତ ସୂଚନାନୁସାରେ ଲୁହାଂସ୍କରେ ରୁଷ୍ ସେନା ପକ୍ଷରୁ ହୋଇଥିବା ପ୍ରଚଣ୍ଡ ଆକ୍ରମଣରେ ୧ଠ ବିଶାଳ ବିଲ୍ଡିଂ ଧୂଳିସାତ୍ ହୋଇଯାଇଛି । ସାଧାରଣ ଲୋକଙ୍କ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିପାରିନଥିବା ବେଳେ କେବଳ ୫ଠରୁ ଅଧିକ ସ୍ଥାନରେ ଆକ୍ରମଣ ହୋଇଥିବା ୟୁକ୍ରେନ୍ ପକ୍ଷରୁ କୁହାଯାଇଛି ।
ସେହିପରି ଖାରକିବ୍ ଅଞ୍ଚଳରେ ଗତ ୨୪ଘଣ୍ଟା ମଧ୍ୟରେ ରୁଷ୍ ପକ୍ଷରୁ ୪୮ଥର ଆକ୍ରମଣ କରାଯାଇଥିବା ମଧ୍ୟ ସୂଚନା ମିଳିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ୟୁକ୍ରେନ୍ ଉପପ୍ରଧାନମନ୍ତ୍ରୀ ଇରିନା ଭେରେସ୍ତୁକ କହିଛନ୍ତି, ଜନସାଧାରଣ ଯଥାଶୀଘ୍ର ନିଜ ନିଜ ଅଞ୍ଚଳ ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଯିବା ଆବଶ୍ୟକ । ଯଦି ଲୋକମାନେ ପୂର୍ବ ୟୁକ୍ରେନ୍ ନ ଛାଡ଼ନ୍ତି ତେବେ ସେମାନଙ୍କୁ ଆଗକୁ ରୁଷ୍ ସେନା ଆକ୍ରମଣର ଶିକାର ହେବାକୁ ପଡ଼ିବ । ଖାରକିବ୍, ଡୋନେସ୍କ ଏବଂ ଲୁହାଂସ୍କରେ ୟୁକ୍ରେନ୍ ସେନା ଏବେ ସାଧାରଣ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଥିବା ସେ କହିଛନ୍ତି । ସୂଚନାଯୋଗ୍ୟ, ବୁଚା ଗଣହତ୍ୟାର ପ୍ରମାଣ ମିଳିବା ପରେ ଆମେରିକା, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ଦୁଇ ଝିଅଙ୍କ ଉପରେ କଟକଣା ଲଗାଇଦେଇଛି । ଅନ୍ୟପକ୍ଷେ ୟୁକ୍ରେନ୍ ରାଷ୍ଟ୍ରପତି ଭି.ଜେଲେନ୍ସ୍କି ଏବେ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ର ତଥା ନାଟୋକୁ ସମର୍ଥନ ତଥା ସାମରିକ ସହାୟତା ପାଇଁ ବାରମ୍ବାର ଅପିଲ୍ କରିଆସୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *