୧୩ ପରିବାର କ୍ଷତିଗ୍ରସ୍ତ, ଘରେ ପଶିଲା ପାଣି
ବର୍ଷା-ବତାସରେ ଛପର ଉଡ଼ିଲା
ମୋହନା (ଆପ୍ର): ମୋହନା ଅଞ୍ଚଳରେ କ୍ରମାଗତ ଦୁଇଦିନ ଧରି ପ୍ରବଳ ବର୍ଷା ପବନରେ ବହୁ କ୍ଷୟକ୍ଷତି ଘଟିଛି । ସ୍ଥାନୀୟ ଅନ୍ତର୍ବା ଗ୍ରାମରେ ମଙ୍ଗଳବାର ଅପରାହ୍ଣ ପ୍ରାୟ ୨ଟା ସମୟରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହିତ ପ୍ରବଳ ବେଗରେ ପବନ ବହିଥିଲା । ଫଳରେ ଗାଁର ଓଡ଼ିଆ ସାହି ଓ ତୋଟା ସାହିରେ ୧୩ ପରିବାରର ଟିଣ ଘର ଓ ·ଳ ଘର ଉଡିଯାଇଛି । ଗଛପଡି ଘର ଭାଙ୍ଗିଛି ଓ ଘରେ ପାଣି ପଶି ଅତ୍ୟାବଶ୍ୟକ ସାମଗ୍ରୀ ନଷ୍ଟ ହୋଇଛି । ପ୍ରଭାବିତ ଲୋକେ ଅନ୍ୟମାନଙ୍କ ଘରେ ଆଶ୍ରୟ ନେଇଛନ୍ତି । ।
କ୍ଷତିଗ୍ରସ୍ତ ପରିବାର ହେଲେ- ପୂର୍ଣ୍ଣଚନ୍ଦ୍ର ସାହୁ, ଲବଙ୍ଗ ବେହେରା, ଭାଗ୍ୟବତୀ ସାହୁ, ବିଶ୍ନାଥ କମାର, ଅବସଲମ ପାଳ, ରଘୁନାଥ ବେହେରା , ବାବୁଲା ଗୌଡ, ଅରକ୍ଷିତ ବେହେରା, ଯମୁନା ବେହେରା, କାମୁଶୁ ବେହେରା, ସାନ କାର୍ଯୀ, ଭିକାରୀ ପାଇକ, ରମାକାନ୍ତ ଦଳାଇ । ପୁଣି ବୁଧବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ହେବାରୁ କ୍ଷତିଗ୍ରସ୍ତ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଚନ୍ଦ୍ରଗିରି ଆର୍ଆଇ ମିଖାଇଲ ରାଇକା, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଷୋୟୀ, ଜିପିଇଓ ନରସିଂହ ମାଣ୍ଡାଙ୍ଗି, ଅନ୍ତର୍ବା ସରପଞ୍ଚ, ସମିତି ସଭ୍ୟା କ୍ଷତିଗ୍ରସ୍ତ ଘର ଅନୁଧ୍ୟାନ କରିଛନ୍ତି । ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଜିପିଇଓ ପ୍ରତିଶ୍ରୁତି ଦେଇଛନ୍ତି ।